ଲଳିତେନ୍ଦୁ ମହାନ୍ତି ଙ୍କୁ ଗୀତାଞ୍ଜଳି ପୁରସ୍କାର ପ୍ରଦାନ କରାଯାଇଛି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷର ସମ୍ମାନ ଜନକ ଗୀତାଞ୍ଜଳି excellence award 2021 policing କ୍ଷେତ୍ର ରେ ACP& Joint Secretary Indian Red Cross ସୋସାଇଟି ଆଞ୍ଚଳିକ ଶାଖା, ଭୁବନେଶ୍ୱର -କଟକ ଶ୍ରୀ ଲଳିତେନ୍ଦୁ ମହାନ୍ତି ଙ୍କୁ ଦିଆ ଯାଇଛି । ଏହି ପୁରସ୍କାର ସ୍ୱାସ୍ଥ୍ୟ ସେବା, କଳା,ଖେଳ ଏବଂ ପ୍ରଶାସନ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ପ୍ରଦାନ କରାଯାଉଛି । ଶ୍ରୀ ଲଳିତେନ୍ଦୁ ମହାନ୍ତି ତିନି ବର୍ଷ ର ଅବଧି ମଧ୍ୟରେ ବିଶେଷତ କରୋନା କାଳରେ ସହର, ବଜ଼ାର ଏପରି କି ଭୁବନେଶ୍ୱର ଏବଂ କଟକର ନିପଟ ମାଫସଲରେ ତିନିଶହ ପଚାଶ ରୁ ଅଧିକ ରକ୍ତଦାନ ଶିବିର ଭାରତୀୟ ରେଡକ୍ରସ ର ଆଞ୍ଚଳିକ ଶାଖା, ପୋଲିସ କମିଶନେରେଟ, ଭୁବନେଶ୍ୱର -କଟକ ର ଆନୁକୂଲ୍ୟରେ ବାଇଶି ହଜାର ରୁ ଅଧିକ ରକ୍ତ ୟୁନିଟ ସଂଗ୍ରହ ରେ ସଫଳ ହୋଇଛନ୍ତି ଲ ଉଲେଖ ଯୋଗ୍ୟ ଯେ କରୋନା ସମୟ ରେ ଶହେ ସତୁରି ଟି ସ୍ବେଛାକୃତ ରକ୍ତଦାନ ଶିବିର ସଂଗଠନ କରି ଛଅ ହଜାର ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି ଲ କରୋନା ସମୟରେ ବିଭିନ୍ନ ଲୋକ, ସାମାଜିକ ଅନୁଷ୍ଠାନ, କ୍ଲବ ସହିତ ସୁ ସମ୍ପର୍କ ସ୍ଥାପନ କରି ଶିବିର ଆୟୋଜନ ଜଟିଳ ସମସ୍ୟା ଥିଲା ଲ ଥାଳସେମିଆ ରୋଗୀ, ଆସିଚିଡେଣ୍ଟ ର ଶିକାର ହୋଇଥିବା ବ୍ୟକ୍ତି, ପ୍ରସୂତି ନାରୀ ଏବଂ କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ରକ୍ତର ଆବଶ୍ୟକତା ଅନିର୍ଵାର୍ଯ୍ୟ ଥାଏ । ଦୁର୍ଲଭ ବ୍ଲଡ଼ ଗ୍ରୁପ ର ଅଭାବ ଅନୁଭବ କରି ସେ ନିଜେ ଥାଳସେମିଆ ରୋଗୀକୁ ମଧ୍ୟ ରକ୍ତଦାନ କରିଛନ୍ତି । ଏସବୁକୁ ବିଚାର କୁ ନେଇ ଗୀତାଞ୍ଜଳି ଫାଉଂଡେସନ ଟ୍ରଷ୍ଟ ତରଫରୁ ଏସପି ଏବଂ ଯୁଗ୍ମ ସମ୍ପାଦକ ଭାରତୀୟ ରେଡକ୍ରସ, ଅଙ୍କଞ୍ଚଳିକ ଶାଖା, ପୋଲିସ କମିଶନେରେଟ, ଭୁବନେଶ୍ୱର -କଟକ ଶ୍ରୀ ଲଳିତେନ୍ଦୁ ମହାନ୍ତିଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଏବଂ ଶ୍ରୀଯୁକ୍ତ ଅରବିନ୍ଦ ଢାଲି ଅନ୍ୟlନ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତ ରେ ସମ୍ମାନିତ କରିଛନ୍ତି । ଏହା ବିଭିନ୍ନ ମହାଲରେ ଆଦୃତ ହୋଇଛି । ଶ୍ରୀ ମହାନ୍ତି ବର୍ତମାନ ଯୁବ ପିଢ଼ି ପାଇଁ ଏକ ଆଦର୍ଶ ହୋଛନ୍ତି ।

Leave a comment