ଗୀତା ମେହେଟ୍ଟାଙ୍କ ସ୍ୱାମୀଙ୍କ ପରଲୋକ, ଟ୍ୱିଟକରି ଜଣାଇଲେ ନବୀନ ପଟ୍ଟନାୟକ

0

ଓଡିଶା ଫାଷ୍ଟ( ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି। ଏକ ଟ୍ୱିଟ କରି ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ତା’ ସହ ସୋନି ବିଶ୍ୱର ସର୍ବଶ୍ରେଷ୍ଠ ସମ୍ପାଦକଙ୍କ ମଧ୍ୟରେ ଜଣେ ଥିଲେ ବୋଲି କହିଛନ୍ତି। ସୋନି ମେହଟ୍ଟାଙ୍କ ପ୍ରକୃତ ନାଁ ଅଜୟ ସିଂହ ମେହଟ୍ଟା।

ସେ ୧୯୪୨ ମସିହାରେ ଜନ୍ମ ହୋଇଥିଲେ। ସେ Alfred a. Knopf ର ମୁଖ୍ୟ ସମ୍ପାଦକ ଥିଲେ। ତା’ସହିତ ସେ Knopf Doubleday Publishing Groupର ଚେୟାରମ୍ୟାନ୍ ଥିଲେ। ସୋନିଙ୍କ ବାପା ଅମରିକ୍ ସିଂହ ମେହଟ୍ଟା ଜଣେ କୁଟନୀତିଜ୍ଞ ଥିଲେ। ଭାରତ ସ୍ୱାଧୀନ ହେବା ପରେ ଯେଉଁ କେତେ ଜଣ କୁଟନୀତିଜ୍ଞ ଭାବେ ନିଯୁକ୍ତି ପାଇଥିଲେ ସେମାନଙ୍କ ଭିତରେ ତାଙ୍କ ବାପା ଥିଲେ। ତେଣୁ ସୋନି ପିଲା ବେଳୁ ବିଶ୍ୱର ବିଭିନ୍ନ ସ୍ଥାନରେ ବଢ଼ିଥିଲେ। ପାରାଗୁଏ, ନ୍ୟୁୟର୍କ, ନେପାଳ ଓ ଜେନେଭା ଆଦି ସ୍ଥାନରେ ସେ ବଢ଼ିଥିଲେ।

Leave a comment