ପ୍ରଥମ ପ୍ରେମିକ କୁ ପୁରୁଷ ବନ୍ଧୁ ସହ ମିଶି ତଣ୍ଟି ଚିପି ହତ୍ୟା କଲେ ପ୍ରେମିକା

0

ଓଡିଶା ଫାଷ୍ଟ(ବ୍ୟୁରୋ): ପ୍ରେମ କୁ ସାର୍ଥକ କରିବାପାଇଁ ପ୍ରେମୀ ଯୁଗଳ ସମସ୍ତ ବାଧା ବିଘ୍ନ କୁ ପାର କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ମାତ୍ର ଯେତେବେଳେ ପ୍ରେମ ସ୍ୱାର୍ଥପର ପାଲଟିଯାଏ ସେତେବେଳେ ସେ କରିବସେ ଜଘନ୍ୟ କାଣ୍ଡ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ବୁଦ୍ଧନଗର ଅଞ୍ଚଳରେ। ଏକ ତ୍ରିକୋଣୀୟ ପ୍ରେମ ରୁ ଘଟିଛି ହତ୍ୟାକାଣ୍ଡ। ଜଣେ ପ୍ରେମିକା ନିଜର ପୁରୁଷ ବନ୍ଧୁ ସହ ମିଶି ହତ୍ୟା କରିଛନ୍ତି ନିଜ ପ୍ରେମିକ କୁ।

ସୂଚନା ଅନୁଯାୟୀ , ରଘୁନାଥପୁରର ବୈଜୟନ୍ତ ପ୍ରସାଦ ମହାନ୍ତିଙ୍କୁ , ଜଗତସିଂହପୁର ଜିଲ୍ଲାର ସୁଶ୍ରୀ ସସ୍ମିତା ପ୍ରେମ କରୁଥିଲେ। ମେରାଇନ୍‌ ଇଞ୍ଜିନିୟର ଭାବେ କାମ କରୁଥିବା ବୈଜୟନ୍ତ ଓ ସୁଶ୍ରୀ ସସ୍ମିତା ଙ୍କ ପ୍ରେମ ଖୁବ ଦ୍ରୁତ ଗତିରେ ଆଗକୁ ବଢିଚାଲିଥିଲା। ମାତ୍ର କିଛି ଦିନର ପ୍ରେମ ପରେ ସୁଶ୍ରୀ ଙ୍କ ପୁରୀର ଚନ୍ଦନ ପତିଙ୍କ ସହ ସାକ୍ଷାତ ହୋଇଥିଲା। ଉଭୟ ମିଶି ‘ବିଲୀୟନ ଡ୍ରିମ ଏଣ୍ଟରଟେଂମେଣ୍ଟ ପ୍ରାଇଭେଟ ଲିମିଟେଡ଼’ନାମକ ଏକ କମ୍ପାନୀ ବୁଦ୍ଧନଗର ରେ ଖୋଲିଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଥିବା ବନ୍ଧୁତା ତାର ସୀମା ଡେଇଁବା ଆରମ୍ଭ କରିଦେଇଥିଲା। ସୁଶ୍ରୀ ଓ ଚନ୍ଦନ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ। କିନ୍ତୁ ସୁଶ୍ରୀ ନିଜ ପଥମ ପ୍ରେମିକ ଠାରୁ କିପରି ଦୁରେଇଯିବେ ସେ ବିଷୟରେ ଚିନ୍ତା କରୁଥିଲେ। ଏହି ଚିନ୍ତା ହି ବଦଳେଇ ଦେଇଥିଲା ତାଙ୍କ ଜୀବନ ଧାରା। ସେ ନିଜ ଦ୍ୱିତୀୟ ପ୍ରେମିକ ସହ ମିଶି ବୈଜୟନ୍ତଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ହତ୍ୟା ପରେ ତାଙ୍କ ମନରେ ପଶ୍ଚାତ୍ୟାପ ସୃଷ୍ଟି ହୋଇଥିଲା । ସେ ନିଜକୁ କ୍ଷମା କରିପାରିନଥିଲେ। ସୁଶ୍ରୀ ସସ୍ମିତା ନିଜ ଦ୍ୱିତୀୟ ପ୍ରେମିକ ଚନ୍ଦନ ସହ ଯାଇ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଆତ୍ମସମର୍ପଣ କରିଥିଲେ । ଲକ୍ଷ୍ମୀସାଗର ପୋଲିସ ବୁଦ୍ଧନଗର ର ଏକ ଘରୁ ବୈଜୟନ୍ତଙ୍କ ମୃତ ଦେହ ଉଦ୍ଧାର କରିଛି । ଶ୍ୱାଶରୁଦ୍ଧ କରି ବୈଜୟନ୍ତକୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସାଇଣ୍ଟିଫିକ ଟିମ୍‌ ସହାୟତାରେ ଲକ୍ଷ୍ମୀସାଗର ଥାନା ପୋଲିସର ଅଧିକ ତଦନ୍ତ ଆରମ୍ଭ କରିଛି ।

Leave a comment

You cannot copy content of this page