ଟିକେଟ ବଣ୍ଟନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ ଗୀତା ମେହେଟ୍ଟା

0

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଜୋର୍‌ ଧରିଛି ନିର୍ବାଚନୀ ହାଓ୍ବା । ୩ ପ୍ରମୁଖ ଦଳର ମୁଖିଆମାନେ ପ୍ରାର୍ଥୀ ଚୟନକୁ ନେଇ କସରତ ଚଳାଇଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇପାରିନାହିଁ । ଏଥର ସବୁ ଦଳ ନୂଆଁ ମୁହଁ ଓ ମହିଳା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ନ ହେବା ଲାଗି ସଭିଏଁ ଉଦ୍ୟମ କରୁଛନ୍ତି । କଂଗ୍ରେସ, ବିଜେପି ତୁଳନାରେ ବିଜେଡିରେ ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ଗୋଟିଏ ସିଟ୍‌ ଲାଗି ଆଶାୟୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।  ତେବେ ଜିତିବା ପ୍ରାର୍ଥୀଙ୍କୁ ହିଁ ବିଜେଡି ଟିକେଟ ଦେବ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଥିବା ବେଳେ ନବୀନ ନିବାସରେ ସବୁଦିନ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହେଉଛି । ପ୍ରାର୍ଥୀ ଚୟନକୁ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସବୁଆଡକୁ ନଜର ଦେଉଥିବା ବେଳେ ଏ ନେଇ ବିଚାର ବିମର୍ଶ କରିବାକୁ ଭଉଣୀ ଗୀତା ମେହେଟ୍ଟାଙ୍କୁ ନବୀନ ନିବାସ ଡକାଇଥିବା ଶୁଣିବାକୁ ମିଳୁଛି । ଆଜି ଗୀତାଙ୍କୁ ନବୀନ ନିବାସରେ ଦେଖାଯିବା ପରେ ଟିକେଟ୍‌ ପ୍ରଦାନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଚର୍ଚ୍ଚା ହେଉଛି ।

Leave a comment