ପଦ୍ମଶ୍ରୀ ସମ୍ମାନ ଅଗ୍ରାହ୍ୟ କଲେ ଗୀତା ମେହଟ୍ଟା , କହିଲେ ସମୟ ଠିକ ନୁହେଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ସରକାରଙ୍କ ପକ୍ଷରୁ ଗତକାଲି ଘୋଷଣା ହୋଇଥିବା ପଦ୍ମଶ୍ରୀ ସମ୍ମାନକୁ ଗ୍ରହଣ କରିବା ପାଇଁ ମନା କରି ଦେଇଛନ୍ତି ଗୀତା ମେହଟ୍ଟା । ଗୀତା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ସାଧାରଣ ନିର୍ବାଚନ ଅଳ୍ପ କିଛିଦିନ ବକିଥିବାରୁ ଏହି ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ଗୀତ ମନାକରିବା ସହ ଏହା ଲୋକଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରିବ ବୋଲି କହିଥିଲେ । ଗୀତ ସସମ୍ମାନେ ପଦ୍ମଶ୍ରୀ ପୁରସ୍କାରକୁ ଅଗ୍ରାହ୍ୟ କରିଛନ୍ତି ।
ଅପରପକ୍ଷରେ ଗୀତ ପ୍ରବାସୀ ଭାରତୀୟ ହୋଇ ମଧ୍ୟ ତାଙ୍କୁ କିପରି ଏହି ସମ୍ମାନ ପ୍ରଦାନ କରାଯାଉଛି ବୋଲି ଚର୍ଚ୍ଚା ହେବା ଆରମ୍ଭ ହୋଇଯାଇଥିଲା ।