ଗ୍ରାହକଙ୍କୁ ବଡ ଆଶ୍ୱସ୍ତି, ଶସ୍ତା ହେଲା ରନ୍ଧନ ଗ୍ୟାସ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି। ଏଲପିଜି ସିଲିଣ୍ଡରର ଦାମ୍ ପିଛା ୯୧ ଟଙ୍କା ୫୦ ପଇସା ହ୍ରାସ ପାଇଛି। ନୂଆ ଦରଦାମ୍ ମଙ୍ଗଳବାର ଅର୍ଥାତ୍ ଫେବୃଆରୀ ୧ ତାରିଖ ଠାରି ଲାଗୁ ହୋଇଛି। ଏନେଇ ତୈଳ କମ୍ପାନୀମାନେ ସୂଚନା ଦେଇଛନ୍ତି । ନୂଆ ଦର ଲାଗୁ ହେଲା ପରେ ଦିଲ୍ଲୀରେ ୧୯ କେ.ଜିର ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ୧୯୦୭ ଟଙ୍କାକୁ ଖସି ଆସିଛି । ସେହିପରି ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ ମଧ୍ୟ ହ୍ରାସ ପାଇଛି । ଦାମ୍ ହ୍ରାସ ପରେ ଦିଲ୍ଲୀରେ ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ୮୯୯.୫୦ ଟଙ୍କା ହୋଇଥିବା ବେଳେ କୋଲକାତାରେ ୯୨୬ ଟଙ୍କା ହୋଇଯାଇଛି। ସେହିପରି ମୁମ୍ଵାଇରେ ନୂଆ ଦରଦାମ୍ ଦିଲ୍ଲୀ ସହ ସମାନ ରହିଛି । ଚେନ୍ନାଇରେ ଗ୍ୟାସ୍ ଦର ୯୧୫ ଟଙ୍କା ୫୦ ପଇସା ହୋଇଯାଇଛି। ତେବେ ବିନା ସବସିଡି ଯୁକ୍ତ ରନ୍ଧନ ଗ୍ୟାସ ଦରରେ କୌଣସି ପରବର୍ତ୍ତନ ହୋଇନାହିଁ ।

Leave a comment