ଗରୁଡ଼ ପୁରାଣ ଅନୁସାରେ:ଏହି ସବୁ ଜିନିଷ ଦେଖିଲେ ମିଳିଥାଏ ଜୀବନରେ ପୁଣ୍ୟ,ଘରକୁ ଆସିଥାଏ ଲକ୍ଷ୍ମୀ

0

ଗରୁଡ଼ ପୁରାଣ କୁ ୧୮ ଗୋଟି ପୁରାଣ ମାନଙ୍କ ମଧ୍ୟରୁ ଗୋଟିଏ ଭାବରେ ଗ୍ରହଣ କରାଯାଇ ଥାଏ । ଏହି ପୁରାଣ ରେ ମଣିଷର ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସବୁକିଛି ବର୍ଣ୍ଣନା କରାଯାଇଛି । ଗରୁଡ଼ ପୁରାଣ ରେ ଏପରି କିଛି ତଥ୍ୟ ରହିଛି ଯାହାକୁ ମନୁଷ୍ୟ ଯଦି ଗ୍ରହଣ କରି ନେଇଥାଏ ତେବେ ତା ଜୀବନ ରେ ସୁଖ ଶାନ୍ତି ର ଅଭାବ ରୁହେ ନାହିଁ । ଜୀବନରେ ଏପରି କିଛି ଜିନିଷ ରହିଛି ଯାହାକୁ ମଣିଷ ଦେଖିବା ମାତ୍ରକେ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

୧) ଗୋ ମାତା –

ହିନ୍ଦୁ ଧର୍ମରେ ଗୋ ମାତା ଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ଥାନ ଦିଆ ଯାଇଥାଏ । ଏପରି ବର୍ଣ୍ଣନା ରହିଛି ଯେ ଗାଈର ଦୁଗ୍ଧ ଅମୃତ ସମାନ ଅଟେ । ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତି କୌଣସି କାର୍ଯ୍ୟ ରେ ବାହାରକୁ ଯିବା ସମୟରେ ଯଦି ଗୋମାତା କୁ ଦର୍ଶନ କରି ପ୍ରଣାମ କରି ଯାଏ ତେବେ ତାର କାର୍ଯ୍ୟ କୁଶଳ ରେ ହୋଇଯାଏ ।

୨) ଗୋମୁତ୍ର –

ଶାସ୍ତ୍ର ଅନୁସାରେ ଗୋମୂତ୍ର ରେ ମା ଗଙ୍ଗାଙ୍କ ବାସ ଅଟେ । ପୁରାଣ ଯୁଗରେ ଏହାର ବ୍ୟବହାର ଔଷଧ ପାଇଁ କରାଯାଉ ଥିଲା ଓ ସମସ୍ତ ରୋଗରୁ ମୁକ୍ତି ମିଳୁଥିଲା । କିନ୍ତୁ ଗରୁଡ଼ ପୁରାଣ ରେ ଉଲ୍ଲେଖ ରହିଛି ଯେ ଗୀମୁତ୍ର କୁ ଦର୍ଶନ ମାତ୍ରକେ ସମସ୍ତ କାର୍ଯ୍ୟ ହୋଇଯାଏ ।

୩) ଗାଈ ଗୋବର –

ଗାଈ ଗୋବର ମଧ୍ୟ ଖୁବ୍ ଶୁଭ ଅଟେ। ଯେ କୌଣସି ପୂଜାରେ ଗାଈ ଗୋବର କୁ ଗୋଟିଏ ପବିତ୍ର ଜିନିଷ ଭାବରେ ଗ୍ରହଣ କରାଯାଇ ଥାଏ । ଗରୁଡ଼ ପୁରାଣ ଅନୁସାରେ ଗାଈ ଗୋବର ଦର୍ଶନ ରେ ମଧ୍ୟ ପୁଣ୍ୟ ପ୍ରାପ୍ତି ହୋଇଥାଏ।

୪) ଗୋଶାଳା –

ଆମ ହିନ୍ଦୁ ଧର୍ମରେ ଗୋଶାଳା ହେଉଛି ଗୋଟିଏ ପବିତ୍ର ସ୍ଥାନ । ଗରୁଡ଼ ପୁରାଣ ରେ ବର୍ଣ୍ଣନା ରହିଛି ଯେ ଗୋଶାଳା ରେ ଗାଇଙ୍କ ସେବା ଦ୍ଵାରା ୭ ଜନ୍ମ ର ପାପ ରୁ ମୁକ୍ତି ମିଳିଥାଏ ।

୫) ଗାଈ ଖୁର – ଗାଈ ର ପାଦ ତଳ ତୀର୍ଥ ସମାନ । ଯଦି କୌଣସି କାର୍ଯ୍ୟ ରେ ବାହାରକୁ ଯାଉଛନ୍ତି ତେବେ ଗାଈର ପାଦ କୁ ଦର୍ଶନ କରି ଯିବା ଦ୍ଵାରା ସମସ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହୋଇଥାଏ ।

Leave a comment