ଜେଲରୁ ମୁକୁଳିଲେ ଗଞ୍ଜାମ ଟାଇଗର, ୫ ହଜାର ରୁ ଉର୍ଦ୍ଧ ସମର୍ଥକ ପାଛୋଟି ନେଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଛତ୍ରପୁର ଜେଲ ରୁ ମୁକୁଳିଲେ ଗଞ୍ଜାମ ଟାଇଗର, ରାଜ୍ୟ କଂଗ୍ରେସ ର ବରିଷ୍ଠ ନେତା ତଥା ସାନଖେମୁଣ୍ଡି ର ପୂର୍ବତନ ବିଧାୟକ ରମେଶ ଜେନା । ପୋଲିସ ତାଙ୍କ ନାଁ ରେ ଲଗାଇଥିଲା ୪୦ ରୁ ଉର୍ଦ୍ଧ କେସ । କେତେକ କେସ ରେ ନିର୍ଦୋଷରେ ସେ ଖଲାସ ହୋଇଥବା ବେଳେ ଆଉ କେତୋଟି କେସ ରେ ତାଙ୍କୁ ପୂର୍ବରୁ ଜାମିନ ମିଳିସାରିଥିଲା । ମାତ୍ର ଗୋଟିଏ କେସରେ ଜାମିନ ମିଳିନଥିବାରୁ ସେ ଦୀର୍ଘଦିନ ଧରି ଜେଲ ରେ ଥିଲେ । ଗତ ଶୁକ୍ରବାର ହାଇକୋର୍ଟ ରମେଶଙ୍କ ଜାମିନ ମଞ୍ଜୁର କରିବା ପରେ ଆଜି ସେ ଛତ୍ରପୁର ଜେଲରୁ ବାହାରିଛନ୍ତି ।

ଗଞ୍ଜାମ ଟାଇଗର ଙ୍କ ସ୍ୱାଗତ ପାଇଁ ଜେଲ ସମ୍ମୁଖରେ ପାଖାପାଖି ୫ ହଜାର ରୁ ଉର୍ଦ୍ଧ ସମର୍ଥକ ଏକାଠି ହୋଇଥିଲେ । ବାଜା, ବାଣ ସହ ଏକ ବିରାଟ ଶୋଭାଯାତ୍ରା କରି ରମେଶଙ୍କୁ ଜେଲ ରୁ ପାଛୋଟି ନେଇଥିଲେ ତାଙ୍କ ସମର୍ଥକ । ରମେଶ ଜେଲରୁ ମୁକୁଳିଲା ପରେ ଗଞ୍ଜାମ ରାଜନୈତିକ ମହଲ ସରଗରମ ହୋଇଉଠିଛି । ଗଞ୍ଜାମ ଟାଇଗର ଙ୍କୁ ନିଜ ସପକ୍ଷ ରେ ରଖି ଗଞ୍ଜାମ ରେ ନିଜ ଆଧିପତ୍ୟ ବିସ୍ତାର କରିବା ସୁଯୋଗ କୁ ବିଜେଡି ଓ କଂଗ୍ରେସ ହାତଛାଡ଼ କରିବାକୁ ଚାହୁଁନାହାନ୍ତି । ତେବେ ଏହା ଦେଖିବା ବାକିରହିଲା ରମେଶ କାହାକୁ ଅପଣାଇବେ ।

Leave a comment