ଗଞ୍ଜାମରେ ଗଣେଶ ପୂଜା ଉପରେ ଲାଗିଲା କଟକଣା

ଓଡ଼ିଶାଫାଷ୍ଟ(ବ୍ୟୁରୋ):କରୋନା ପାଇଁ ଫିକା ପଡ଼ୁଛି ପର୍ବ ପର୍ବାଣୀ। ପୂର୍ବରୁ ଟ୍ୱିନସିଟିରେ ଗଣେଶ ପୂଜା ଉପରେ କଟକଣା ଲାଗିଥିବା ବେଳେ ଏବେ ଗଞ୍ଜାମରେ ମଧ୍ୟ ଗଣେଶ ପୂଜାକୁ ଉପରେ କଟକଣା ଲାଗିଛି। ଗଞ୍ଜାମରେ ଚଳିତବର୍ଷ ହେବନି ଗଣେଶ ପୂଜା। କରୋନା ସଂକଟକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣେଶ ପୂଜା ନକରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିସହ ସାମାଜିକ ଦୂରତାକୁ ମାନି ଚଳିବାକୁ ଲୋକଙ୍କୁ କୁହାଯାଇଛି। ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ସବୁ ଦୋକାନୀ ‘ପଞ୍ଚସୁତ୍ର’ ମାନି ଚଳିବାକୁ କହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।