ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କର ହେବ ସ୍ବାସ୍ଥ୍ୟ ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ ତିନିଦିନ ମଧ୍ୟରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଘରଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଡାକ୍ତର । ସମସ୍ତଙ୍କର ସ୍କ୍ରିନିଂ କରାଯିବ । କରୋନାର କୌଣସି ଲକ୍ଷଣ ଅଛି କି ନାହିଁ ପରୀକ୍ଷା କରାଯିବ । ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି ସବୁ କାମ କରାଯିବ । ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଏପରି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଳାକୁ ଏହାରି ଭିତରେ ବିଦେଶରୁ ୭୩୦ ଓଡ଼ିଆ  ଏବଂ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଦାଦନ ଫେରିଛନ୍ତି । ତେଣୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଳା ପ୍ରଶାସନ ନିଷ୍ପତ୍ତିି ନେଇଛି । ପୂର୍ବରୁ ରାଜ୍ୟ ବାହାରୁ ଫେରିଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ସଙ୍ଗରୋଧରେ ରଖିବା ପାଇଁ କହିଥିଲେ । 

Leave a comment