ଗଞ୍ଜେଇ କ୍ୟାପସୁଲ ଦୂର କରେ ମାନସିକ ଅଶାନ୍ତି ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା
ଗଞ୍ଜେଇ ଏକ ନିଶା ଦ୍ରବ୍ୟ। ଯାହା ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ । ହେଲେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏଥିରେ ଅନେକ ଔଷଧିୟ ଗୁଣ ରହିଛି । ଏହା ଅନେକ ଦେଶରେ ସେବନ କରିବା ପାଇଁ ଆଇନତଃ ମଞ୍ଜୁରୀ ଦିଆଯାଇଛି । ରିସର୍ଚ୍ଚ ଅନୁଯାୟୀ, ଯଦି ଏହାକୁ ଛୋଟ ଛୋଟ କ୍ୟାପସୁଲ ଆକାରରେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବନ କରାଯାଏ ତେବେ ମସ୍ତିଷ୍କ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ ।ଗଞ୍ଜେଇରେ ଅନେକ ମେଡିସିନଲ ରସାୟନ ରହିଥାଏ ଯାହା ଅଲଜାଇମର୍ସ, ମଲ୍ଟିପଲ ସ୍କଲୋରାନ୍ସିସ ଏବଂ ଟ୍ରୋମାଟିକ ବ୍ରେନ ଇନଜ୍ୟୁରି ଭଳି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଜେରିଲା ଥେରାପ୍ୟୁଟିକ୍ସ ନାମକ ଔଷଧ କମ୍ପାନୀ ଗଞ୍ଜେଇର ଛୋଟ ଛୋଟ କ୍ୟାପସୁଲ ତିଆରି କରିଛି । ଏଥିରେ Cannabidiol ରହିଛି। ଯାହା ଶରୀରରେ ମିଶିବା ପରେ ମାନସିକ ଶାନ୍ତି ପ୍ରଦାନ କରିଥାଏ । ଏହାର ପରୀକ୍ଷଣ ମୂଷା ମାନଙ୍କ ଉପରେ କରାଯାଇଥିଲା । ଯାହା ସଫଳ ହୋଇଥିଲା । କିନ୍ତୁ ଏହାର ତରଳ ରୂପ ବେଶି ଲାଭ ଦାୟକ ନୁହେଁ । ଏହା ସମ୍ପର୍କରେ ନିକଟରେ PLOS ONE ଜର୍ନଲରେ ପ୍ରକାଶିତ ହୋଇଥିଲା ।