ଓଲିଉଡ୍ରେ ଲାଗିଛି ଟିଟୋଙ୍କ ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାଙ୍ଗଷ୍ଟର୍ ଟିଟୋ ଓରଫ ସୟଦ ଉସ୍ମାନ ଅଲ୍ଲୀଙ୍କ କଳା ସାମ୍ରାଜ୍ୟର ଚେର କାହିଁ କେଉଁ ଆଡେ ଲମ୍ବିଛି। ଅଡି, ଜାଗୁଆର ଭଳି ନାମୀ ଦାମୀ କାରର ସେ ମାଲିକ ଥିବା ଜଣାପଡ଼ିବା ପରେ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ବି ଟିଟୋଙ୍କ ଟଙ୍କା ଲାଗିଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ହାତରେ ଲାଗିଛି। ରିଅଲ ଇଷ୍ଟେଟଠାରୁ ଆରମ୍ଭ କରି ଷ୍ଟିଭେଡରିଂ, ପେଟ୍ରୋଲ ପମ୍ପ, ଗାରମେଣ୍ଟ ଶୋ’ରୁମ ଆଉ ଏବେ ଓଲିଉଡ଼୍ ଫିଲ୍ମ ବିଶ୍ୱନାଥରେ ସେ ଟଙ୍କା ଲଗାଇଥିବା ପ୍ରମାଣ ମିଳିଛି। ଏଥିରେ ସେ ନିଜେ ସିଧାସଳଖ ଟଙ୍କା ଲଗାଇ ନଥିବା ବେଳେ ସଂପର୍କୀୟ ଭାଇ ଜରିଆରେ ଟିଟୋ ଟଙ୍କା ଲଗାଇଥିବା କ୍ରାଇମବ୍ରାଞ୍ଚ ସୂଚନା ପାଇଛି। ସେହିଭଳି ଅନ୍ୟ ଏକ ଫିଲ୍ମରେ ଟିଟୋର ଟଙ୍କା ଲାଗିଛି କି ନାହିଁ ସେନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତେବେ ରାଜ୍ୟ ବାହାରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଗୋଆରେ ହୋଟେଲ ବ୍ୟବସାୟରେ ଟିଟୋ ସଂପୃକ୍ତ ଥିବା ସୂଚନା ମିଳିଛି। ତାଙ୍କ ସ୍ତ୍ରୀଙ୍କ ନାଁରେ ମଧ୍ୟ ବହୁ ବିଳାସପୂର୍ଣ୍ଣ କାର୍ ରହିଛି।