ଘରେ କରନ୍ତୁ ଗଙ୍ଗାଜଳର ସିଞ୍ଚନ, ବଢ଼ିବ ସୁଖ ସମୃଦ୍ଧ
ଶ୍ରାବଣ ମାସରେ ଘରର ବାସ୍ତୁ ଦୋଷ ଦୂର କରିବାକୁ ଶିବ ପୂଜା ସହିତ କିଛି ପ୍ରତିକାର ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। ଶ୍ରାବଣ ମାସରେ ଯେତେବେଳେ ସବୁ ଦିଗରେ ଭୋଲେନାଥଙ୍କ ମହିମା ସେତେବେଳେ ତାଙ୍କ କୃପାରୁ ଘରର ବାସ୍ତୁ ଦୋଷ ମଧ୍ୟ ଦୂର ଦୂର କରାଯାଇପାରିବ। ଏଥିପାଇଁ ଯଦି ଆପଣ ସୋମବାର ଶିବ ପୂଜାରେ ଗଙ୍ଗା ଜଳ ସହିତ ଶିବଲିଙ୍ଗକୁ ଅଭିଷେକ କରନ୍ତି, ତେବେ ଖୁବ ଶୀଘ୍ର ଭୋଲେନାଥ ପ୍ରସନ୍ନ ହେବେ। ଏହା ଦ୍ୱାରା ଭକ୍ତଙ୍କ ଜୀବନରୁ ବାଧା ବିଘ୍ନ ଦୂର ହୋଇଯିବ। ଯଦି ଘରେ ବାସ୍ତୁ ଦୋଷ ଥାଏ ଏବଂ ଏଥିପାଇଁ ଆପଣ ଚିନ୍ତିତ ତାହେଲେ ଘରେ ପ୍ରତିଦିନ ଗଙ୍ଗାଜଳ ଛିଞ୍ଚନ୍ତୁ। ଏହା କରିବା ଦ୍ୱାରା ଘରର ଯେକୌଣସି ବାସ୍ତୁ ଦୋଷ ଦୂର ହୋଇଯାଏ। ପ୍ରତିଦିନ ଗଙ୍ଗାଜଳ ସିଞ୍ଚନ କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବାସ କରିଥାଏ। ଯଦି ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ବା ଅସନ୍ତୋଷ ଥାଏ ତେବେ ପ୍ରତିଦିନ ସକାଳେ ସମଗ୍ର ଘରେ ଗଙ୍ଗା ପାଣି ଛିଞ୍ଚନ୍ତୁ, ନକାରାତ୍ମକତା ଶକ୍ତି ଦୂର ହେବା ସହ ସକରାତ୍ମକ ବାତାବରଣ ସୃଷ୍ଟି ହେବ।
ଭଗବାନ ଶିବଙ୍କ ଉପାସନା ଦ୍ୱାରା ଅନେକ ବାସ୍ତୁ ଦୋଷ ଦୂର ହୋଇଥାଏ। ଯେଉଁମାନଙ୍କ ଘରେ ବାସ୍ତୁ ଦୋଷ ଅଛି, ସେଠାରେ ସୁଖ ଶାନ୍ତି ପାଇଁ, ଶିବଲିଙ୍ଗରେ ଅଭିଷେକ କରିବା ପରେ, ଜଲହରୀର ଜଳ ଘରକୁ ଆଣି, ଏହି ମନ୍ତ୍ର ‘ଓଁ ନମଃ ଶିବାୟ କରାଲଂ ମହାକଲ କାଲଂ କୃପାଲଂ ଓଁ ନମଃ ଶିବାୟ’ ମନ୍ତ୍ର ଜପ କରି ସେହି ଜଳ ଘରେ ଛିଞ୍ଚିବା ଉଚିତ୍। କାର୍ଯ୍ୟରେ ବାଧା, ପାରସ୍ପରିକ ମତଭେଦ, ରୋଗ ଇତ୍ୟାଦି ସମସ୍ୟା ଦୂର କରିବା ପାଇଁ ଉତ୍ତର-ପୂର୍ବ କୋଣ କିମ୍ବା ବ୍ରହ୍ମ ସ୍ଥାନରେ ରୁଦ୍ରବିଷେକ ଶୁଭ ହୋଇଥାଏ।
ଘରେ ଓ ପରିବାରରେ ଶିବଙ୍କ କୃପା ପାଇଁ, ଧନ ଆଗମନ ପାଇଁ, ଘରର ପୂର୍ବ କିମ୍ବା ଉତ୍ତର-ପଶ୍ଚିମ (ବାୟବ୍ୟ) ଦିଗରେ ବେଲ ଲଗାନ୍ତୁ ଏବଂ ନିୟମିତ ଜଳ ଦିଅନ୍ତୁ। ସନ୍ଧ୍ୟାରେ ଘିଅ ଦୀପ ଜାଳନ୍ତୁ, ଏହା ଲାଭଦାୟକ ହେବ। ସକରାତ୍ମକ ଶକ୍ତି ପ୍ରବାହ ବୃଦ୍ଧି ପାଇଁ ଘରେ ଶିବଙ୍କ ପରିବାରର ଫଟୋ ଲଗାନ୍ତୁ। ବାସ୍ତୁ ଦୋଷର ପ୍ରଭାବକୁ ରୋକିବା ପାଇଁ ତୁଲସିଦାସଙ୍କ ଦ୍ୱାରା ରଚିତ ଶ୍ରୀ ରୁଦ୍ରାଷ୍ଟକମ ପାଠ କରନ୍ତୁ। ଏହା ସୁଖଦ ଫଳାଫଳ ଦେଇଥାଏ।
ଘରେ ସୁଖ ଏବଂ ସମୃଦ୍ଧିର ବାସସ୍ଥାନ ପାଇଁ, ସନ୍ଧ୍ୟାରେ ଝୁଣା ଧୂପ ଦେଇ ଏବଂ ଓଁ ନମଃ ଶିବାୟ ଜପ କରି ଘର ସାରା ଝୁଣା ଧୂପ ବୁଲାନ୍ତୁ। ଏହାଦ୍ୱାରା ଘରୁ ନକାରାତ୍ମକ ପ୍ରଭାବ ଦୂର ହେବ। ଘରର ନକାରାତ୍ମକ ପ୍ରଭାବ ଦୂର କରିବା ପାଇଁ ଲୁଣ ଏକ ଭଲ ବିକଳ୍ପ। ସନ୍ଧ୍ୟାରେ ଘରର ସମସ୍ତ କୋଣରେ ଲୁଣ ଛିଞ୍ଚନ୍ତୁ, ସକାଳେ ଏହାକୁ ଫୋପାଡି ଦିଅନ୍ତୁ। ଘର ପୋଛିବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇବା ଦ୍ୱାରା ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ।