ଛୁରୀ ମୁନରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ଭିଡିଓ ଭାଇରାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ଜଣେ ଯୁବକଙ୍କ ସହ ଲିଫ୍ଟରେ ଯାଉଥିବା ଜଣେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୧୪ ତାରିଖରେ ଏହି ଘଟଣା ଘଟିଥିଲେ ମଧ୍ୟ ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହା ଲୋକଲୋଚନକୁ ଆସିଛି ।

ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ଧର୍ମଗଡ଼ ଅଞ୍ଚଳର ପୀଡ଼ିତା ଜଣଙ୍କ ନିଜ ଚିକିତ୍ସା ପାଇଁ ଭବାନୀପାଟଣା ଯାଇଥିଲେ । ମାତ୍ର ଫେରିଲା ସମୟରେ ବସ ଫେଲ ହୋଇ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ଏହି ସମୟରେ ପୂର୍ବରୁ ବସ ଡ୍ରାଇଭର ଭାବେ ଚିହ୍ନା ହୋଇଥିବା ନରେନ୍ଦ୍ର ଶବରଙ୍କ ସହ ତାଙ୍କର ଦେଖା ହୋଇଥିଲା । ଯୁବତୀ ଜଣକ ଲିଫ୍ଟ ନେଇ ନରେନ୍ଦ୍ରଙ୍କ ସହ ନିଜ ଘରକୁ ଆସିଥିଲେ । କିନ୍ତୁ ବକ୍ସିତୁଲସିପାଲି ଛକରେ କିଛି ଯୁବକ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଅଟକାଇବା ସହ ନରେନ୍ଦ୍ର ଓ ଯୁବତୀ ଜଣଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଦୁର୍ବୃତ୍ତମାନେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣଦୁଷ୍କର୍ମ କରିଥିଲେ । ପ୍ରାଥମିକ ଭାବେ ଯୁବତୀଟି କାହା ଆଗରେ ଏସମ୍ୱନ୍ଧରେ ପ୍ରକାଶ କରିନଥିଲେ । ମାତ୍ର ଏହି ଦୁଷ୍କର୍ମ ର ଭିଡ଼ିଓ ଭାଇରଲ ହେବାପରେ ଯୁବତୀ ନିଜ ପରିବରଲୋକଙ୍କୁ ସମସ୍ତ ଘଟଣା କହିଥିଲେ । ଏହି ଘଟଣାକୁ ନେଇ ଜୁନାଗଡ଼ ଥାନାରେ ପିଡ଼ିତା ଓ ତାଙ୍କ ପରିବାର ଲୋକ ଅଭିଯୋଗ କରିବା ସହ ନରେନ୍ଦ୍ର ହିଁ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଯୁବତୀଙ୍କ ବାପା ପ୍ରକାଶ କରିଛନ୍ତି ।

ପୋଲିସ ନରେନ୍ଦ୍ରକୁ ଅଟକ ରଖି ପଚରାଉଚୁରା କରିବା ସହ କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧର ଆଜି ଫରେନ୍ସିକ ଟିମ୍ ସହ ନରେନ୍ଦ୍ରଙ୍କୁ ସାଙ୍ଗରେ ନେଇ ସ୍ପଟ୍ ଭେରିଫିକେସନ୍ କରିଛନ୍ତି । ସେହିପରି ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

Leave a comment