ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଧାର୍ଯ୍ୟ ହେବ ଲଗ୍ନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଧାର୍ଯ୍ୟ ହେବ ଲଗ୍ନ । ସନ୍ଧ୍ୟା ୫ଟାରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ଲଗ୍ନ ନିର୍ଦ୍ଧାରଣ କରାଯିବ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ, ବିଦ୍ବାନ ଓ ଜ୍ୟୋର୍ତିବିଦମାନେ ମା’ ସମଲେଶ୍ବରୀ ରାଶି ନକ୍ଷତ୍ର ଗଣନା କରି ଲଗ୍ନ ନିର୍ଦ୍ଧାରଣ କରିବେ । ବ୍ରହ୍ମ ପଣ୍ଡିତ ମହାସଭାରେ ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହେବ । ସେହି ଲଗ୍ନ ଅନୁସାରେ ପ୍ରଥମେ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ ।