କମିଶନରେଟ ପୋଲିସର ଖେଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜନୀତିରେ ନିଜ ଦବଦବା ବଜାୟ ରଖିବାକୁ ଯେପରି ରାଜନୈତିକ ଦଳ ସବୁବେଳେ ନୂଆ ନୂଆ ଷ୍ଟାଟାଜି ଅପଣାଇଥାଏ । ରାଜନୈତିକ ଦଳ ବିଜ୍ଞାପନର ପ୍ରଲୋଭନରେ ମିଡ଼ିଆକୁ ହାତମୁଠାରେ ରଖିଥାନ୍ତି । ମାତ୍ର ପୋଲିସ ପାଖରେ ବିଜ୍ଞାପନ ବିକଳ୍ପ ନଥିବାରୁ କମିଶନରେଟ ପୋଲିସ ନିଜ ମଳିନ ପଡିଯାଉଥିବା ଭାବମୂର୍ତ୍ତିକୁ ଚମକାଇବାକୁ ତିଆରି କରିଛି ଏକ ଗେମପ୍ଲାନ । ତାଙ୍କ ଅପାରଗତା ସାଧାରଣ ଜନତାଙ୍କ ଠାରୁ କିପରି ଲୁଚି ରହିବ ସେଥିପାଇଁ ହାତ ଗଣତି କିଛି ସାମ୍ବାଦିକଙ୍କୁ ଖୁସ କରୁବାକୁ କରାଯାଇଛି ପ୍ରୟାସ । ସାମ୍ବାଦିକ ଖୁସ ତ ଲୁଚିଯିବ ସବୁ ଭୁଲ ।
ସେହିପରି କିଛି ମୁଷ୍ଟିମେୟ ସାମ୍ବାଦିକଙ୍କ କଥାରେ ଚାଲିଛି କମିଶନର ଅଫିସ ଓ ଡିସିପି ଅଫିସ । ସେହି ସାମ୍ବାଦିକମନେ ସିପି ଓ ଡିସିପିଙ୍କ ସରଳତାର ଫାଇଦା ଉଠାଇ ସେମାନଙ୍କ ଆଗରେ ଅନ୍ୟ ସାମ୍ବାଦିକଙ୍କ ବୁରୁଦ୍ଧରେ ମିଛ ସତ କହିବା ଦ୍ୱାରା ସେମାନଙ୍କୁ ଅଣଦେଖା ଓ ଅପମାନିତ କରାଯାଉଛି । ଯାହାକି ପକ୍ଷପାତିତାର ନିଦର୍ଶନ ପାଲଟିଛି ।