ଜୁଆ ଆଡ୍ଡାରେ ଚଢାଉ, ୮ ଗିରଫ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଟୋଲକପଡା ଗାଁରେ ଗତ ରାତିରେ ଜୁଆଖେଳ ଚାଲୁଥିବା ବେଳେ ପୁଲିସ ଅତର୍କିତ ଚଢ଼ାଉ କରିଥିଲା। ଜୁଆ ଆଡ୍ଡାରୁ ୮ ଜୁଆଡିଙ୍କୁ ଗିରଫ କରିବା ସହ ଖେଳରେ ବ୍ୟବହୃତ ପାଲି, ଲକ୍ଷାଧିକ ଟଙ୍କା ଏବଂ ତିନୋଟି ବାଇକ, ୭ଟି ମୋବାଇଲ ଫୋନ୍ ଜବତ କରିଛି ବାଲିଅନ୍ତା ପୁଲିସ ।

ଆଗରୁ ମଧ୍ୟ ବାଳକାଟିର ଏକ କଲ୍ୟାଣୀ ମଣ୍ଡପରେ ଜୁଆ ଖେଳ ଚାଲୁଥିବା ବେଳେ ପୁଲିସ ରାତି ଅଧିଆ ଚଢ଼ଉ କରି ୧୧ଜଣକୁ ଗିରଫ ମଧ୍ୟ କରିଥିଲା । ବାଲିଅନ୍ତାରେ ଦିନକୁ ଦିନ ଚୋରି, ଡକାୟତି , ଚୋରା ମଦ ଗଞ୍ଜେଇ, ଜୁଆ ଖେଳ ବୃଦ୍ଧି ପାଉଥିବା ବେଳେ ପୁଲିସ ପାଇଁ ଏହା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Leave a comment