ବିଜୁ ଆଦର୍ଶରେ ଅନୁପ୍ରାଣିତ ଆଇଏଏସ ଗଗନ ଧଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଶାସକ ଗଗନ ଧଳ କୃଷି ଉତ୍ପାଦନ କମିଶନର ପଦରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରଶାସକ ଗଗନ ଧଳ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି କି ସେ ପେନସନ ନେବେନାହିଁ । ଗଗନ ପ୍ରତକ୍ଷ ରାଜନୀତିକୁ ଆସୁଛନ୍ତି ନା କୌଣସି ସମାଜସେବୀ ଭାବରେ ନିଜକୁ ପ୍ରତିପାଦନ କରୁଛନ୍ତି ତାହାଉପରେ ସମସ୍ତଙ୍କ ନଜର ରହିଛି । ତୃତୀୟ ମହଲା ଏବଂ ନବୀନଙ୍କୁ ଖୁସି କରିବାକୁ ନିଜ ଇସ୍ତଫା ପତ୍ରରେ ବିଜୁବାବୁ ପରି ପେନସନ ନେବାକୁ ମନା କରିଥିବା ଉଲ୍ଲେଖ କରାଯାଇଥିବା ବେଳେ ଏନେଇ ଚର୍ଚ୍ଚା ଜୋର ଧରିଛି ।
ଅପରପକ୍ଷରେ ରାଜ୍ୟ ସୂଚନା କମିଶନ ପଦବୀ ଖୋଲି ରହିଛି । ଗଗସନଙ୍କୁ ସରକାରୀ ପଦବୀରେ ଉପସ୍ଥାପିତ କରିପାରନ୍ତି ବୋଲି ପାୱାର କରିଡର ରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେଣୁ ଗଗନଙ୍କ ନୂଆ ଇନିଂସ କଣ ହେଉଛି ତାହା ଉପରେ ବ୍ୟୁରୋକାଟ ମହଲର ନଜର ରହିବ ।
ସୂଚନା ଅନୁଯାୟୀ, ୧୯୮୫ ବ୍ୟାଚର ଆଇଏଏସ ଅଫିସର ଗଗନ ଧଳ କୃଷି ଉତ୍ପାଦନ କମିଶନର ପଦରେ ନିଯୁକ୍ତ ଥିଲେ । ସେ ଏହି ପଦରୁ ସ୍ୱେଚ୍ଛାକୃତ ଅବସର ନେବାସହ ବିଜୁବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପେନସନ ନେବେନାହିଁ ବୋଲି ଦର୍ଶାଇଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି ।
ସେହିପରି ବର୍ତ୍ତମାନର ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କୁ ପ୍ରଶାସକ ଗଗନ ଧଳଙ୍କ ବଦଳରେ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ କରାଯାଇଛି । ଆସନ୍ତା ୧୯ତାରିଖରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ ।