ଗଡ଼ସନ୍ତି ମା’ ଲୋଭୀ ଠାକୁରାଣୀଙ୍କ ପୀଠରେ 5T ଅଧ୍ୟକ୍ଷ,ମନ୍ଦିର ଉନ୍ନତି ନେଇ କମିଟିର ଦାବିପତ୍ର ସହ ଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କଲେ

0

ଅନୁଗୁଳ ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗଡ଼ସନ୍ତି ମା’ ଲୋଭୀ ଠାକୁରାଣୀଙ୍କ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ମନ୍ଦିର ଉନ୍ନତି ନେଇ କମିଟିର ଦାବିପତ୍ର ଗ୍ରହଣ କଲେ। ସାଧାରଣ ସଭାରେ ଯୋଗ ଦେବା ପୂର୍ବରୁ ଲୋକଙ୍କ ସହ ମିଶିଥିଲେ ।

ଲୋକଙ୍କ ପାଖକୁ ଯାଇ ଅଭିଯୋଗପତ୍ର ମଧ୍ୟ ଗ୍ରହଣ କରିଛନ୍ତି । 5T ଅଧ୍ୟକ୍ଷଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିକାଶର ସମୀକ୍ଷା କରିବା ପାଇଁ ଅନୁଗୁଳ ଜିଲ୍ଲାରେ ପହଞ୍ଚିଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

Leave a comment