କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

0

ନବରଙ୍ଗପୁର ଜିଲ୍ଲା ପାଡୁଆ ପୋଲିସକୁ ବଡ ସଫଳତା ମିଳିଛି । ବାଡେଲ ଅଞ୍ଚଳରୁ ଆନ୍ଧ୍ର ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ି ବସିଲା ପାଡ଼ୁଆ ପୋଲିସ । ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଚଙ୍କା ହେବ ବୋଲି ଜଣାପଡିଛି।

ସୂଚନାନୁସାରେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ନେତୃତ୍ୱରେ ପାଡୁଆ ଥାନା ଅଧିକାରୀ ଡାକ ବଙ୍ଗଳା ଛକ ନିକଟରେ ନାକାବନ୍ଦୀ କରିଥିଲେ । ବାଡେଲ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନକୁ ପୋଲିସ ଅଟକାଇବାରୁ ଡ୍ରାଇଭର ଗାଡି ଛାଡି ଜଙ୍ଗଲ ଭିତରକୁ ଡ୍ରାଇଭର ଫେରାର ହୋଇଯାଇଥିଲେ।

ପିକଅପ ଭ୍ୟାନକୁ ଏସ୍କର୍ଟ କରି ଆସୁଥିବା ମୋଟର ସାଇକେଲରେ ଦୁଇ ଗଞ୍ଜେଇ ମାଫିଆଙ୍କୁ କାବୁ କରିଥିଲା ପୋଲିସ୍ । ଗାଡ଼ି ଯାଞ୍ଚ କରିବାରୁ ପିକଅପ୍ ଡ଼ାଲାରେ ୩୭ଟି ବସ୍ତାରେ ପ୍ରାୟ ୧ ଟନ ଗଞ୍ଜେଇ ଜବତ କରିଛି ପୋଲିସ୍ । ଏହାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ନନ୍ଦପୁର ଏସ.ଡି.ପି.ଓ କହିଛନ୍ତି । ଗିରଫ ଯୁବକ ମାନେ ନନ୍ଦପୁର ବ୍ଲକ ବାଡେଲ ଗ୍ରାମର ଗୁରୁ ହେନ୍ତାଳ, ପ୍ରହଲ୍ଲାଦ ଗୋଲରି ବୋଲି ଜଣାପଡିଛି। ଏହି ଗଞ୍ଜେଇ ଚୋରାଚାଲଣରେ ଅଞ୍ଚଳ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ୍ ଗିରଫ ଯୁବକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

Leave a comment