ଫଳ ରସରେ ଚମକିବ ତ୍ୱଚା

0

ମୁହଁର ସୌନ୍ଦର୍ଯ୍ୟ ପାଇଁ ଅନେକ ଖାଦ୍ୟର ସେବନ କରାଯାଇଥାଏ। ଏହାମଧ୍ୟରେ ଗୋଟିଏ ହେଉଛି ଫଳ। ଫଳର ରସ ମୁହଁର ସୁନ୍ଦରତାକୁ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଜାଣନ୍ତୁ ସେଭଳି ଫଳ ରସ ବିଷୟରେ….

ସେଓରସ- ସେଓରସ ସ୍ୱାସ୍ଥ୍ୟ ପାଇଁ ଯେପରି ଉପକାରୀ , ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଏହାର ସେବନ କଲେ ମୁହଁର ଚମକ ବୃଦ୍ଧି ପାଇଥାଏ କୋମଳ ମଧ୍ୟ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ ଫଳରେ ତ୍ୱଚାର କୁଞ୍ଚନ ସମସ୍ୟା ଦୂର ହୋଇଥାଏ।

ଲେମ୍ବୁ ରସ – ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ ସି ରହିଥାଏ। ଏହା ମୁହଁକୁ ସଫା କରିବା ପାଇଁ ସର୍ବୋତ୍ତମ ଉପାୟ ବୋଲି କୁହାଯାଏ।
କମଳାରସ – ସୁନେଲି ଓ ସଫା ତ୍ୱଚା ପାଇଁ କମଳା ଜୁସ୍‍ ଖୁବ ଉପକାରୀ।

ଅମୃତଭଣ୍ଡା ରସ – ଅମୃତଭଣ୍ଡା ରସ ପିଇବା ଦ୍ୱାରା ମୁହଁ ଦାଗ ଦୂର ହେବା ସହ ମୁହଁର ଚମକ ବୃଦ୍ଧି ପାଇଥାଏ।

ବିଟ୍‍ ରସ – ବିଟ୍‍ ରସ ପିଇବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ଏଥିରେ ଭିଟାମିନ୍‍ ଏ, ସି ଓ କେ ରହିଛି। ଯାହା ତ୍ୱଚାରୁ ଅପରିଷ୍କାର ଜିନିଷ ଦୂର କରିବାରେ ସହାୟକ ହୋଇଥାଏ।

ଟମାଟୋ ରସ – ଟମାଟୋ ରସ କିମ୍ବା ଟମାଟୋ ଜୁସ ମଧ୍ୟ ତ୍ୱଚା ପାଇଁ ଉପକାରୀ। ଏହା ମୁହଁର ମୃତ କୋଷିକାକୁ ଦୂର କରିଥାଏ।

ହଳଦୀ ଜୁସ – ନିୟମିତ ହଳଦୀ ଜୁସ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଏହା ମୁହଁର ଚମକ ବଜାୟ ରଖିଥାଏ।

Leave a comment