ମହାନଦୀ ବ୍ରିଜ୍ ଉପରେ ଝୁଲିରହିଲା ଯାତ୍ରାବାହୀ ବସ

ମହାନଦୀ ବ୍ରିଜ୍ ଉପରେ ଯାତ୍ରାବାହୀ ବସ ଦୁର୍ଘଟଣାଗ୍ରସ୍ତ । ବସଟି ବ୍ରିଜ୍ ତଳକୁ ବିପଦଜନକ ଅବସ୍ଥାରେ ଓହଳି ରହିିଛି । ଅନଗୁଳରୁ ଭୁବନେଶ୍ୱର ଯାଉଥିବା ବସଟି ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବ୍ରିଜ୍ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୦ରୁ ଅଧିକ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଚିଫ୍ ଫାୟାର ଅଫିସର କହିଛନ୍ତି ସ୍ଥାନୀୟ ତମପଡ଼ା ଫାୟାର ଷ୍ଟେସନର ଗୋଟିଏ ଟିମ୍ ସେଠାରେ ଅଛନ୍ତି । ଅଧା ଝୁଲା ବସଟିକୁ କିଭଳି କଢ଼ାଯାଇ ପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ସୌଭାଗ୍ୟକ୍ରମେ ବସ୍ରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି । ବ୍ରିଜ୍ ଉପରେ ଆସୁଥିବା ବେଳେ ଭାରସାମ୍ୟ ହରାଇଥିଲା ବସଟି । ଭାରସାମ୍ୟ ହରାଇ ବସଟି ସୁରକ୍ଷା ବାଡ ଭାଙ୍ଗି ନଦୀକୁ ଝୁଲିପଡିଥିଲା ।
ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି କିଛି ଯାତ୍ରୀ ଆହତ ହୋଇଛନ୍ତି । ଗାଡିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଡ୍ରାଇଭର ନିଶାସକ୍ତ ଥିଲେ କି ଯାନ୍ତ୍ରିକ ତୃଟିପାଇଁ ଏଭଳି ଦୁର୍ଘଟଣା ଘଟିଛି ତାହା ତଦନ୍ତ କରାଯାଉଛି । ବର୍ତ୍ତମାନ ଗାଡିଟିକୁ କ୍ରେନ୍ ସହାୟତାରେ ବ୍ରିଜ୍ରୁ ହଟାଯାଇ ରାସ୍ତା କ୍ଲିୟର କରାଯାଉଛି।