କେଉଁ ଆସନରୁ ଲଢ଼ିବେ ଆଇ.ଏ.ଏସ ଅପରାଜିତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାହା ଶୁଣିବାକୁ ମିଳୁଥିଲା ଠିକ ସେଇଆ ହେଲା । ମହିଳା ଆଇ.ଏ.ଏସ ଅଫିସର ଅପରିଜିତା ଷଡ଼ଙ୍ଗୀ ଚାକିରୀ ରୁ ଅବସର ନେବା ପରେ ରାଜନୀତି ରେ ପାଦ ଥାପିବେ ବୋଲି ଚର୍ଚ୍ଚା ଜୋରଧରିଛି । ଗତ କାଲି ରାଜ୍ୟ ସରକାରଙ୍କଠାରୁ ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ମିଳିବା ପରେ ଏବେ ରାଜନୈତିକ ମହଲ ସରଗରମ ହୋଇଛି । ଶ୍ରୀମତୀ ଷଡ଼ଙ୍ଗୀ ବିଜେପରେ ଯୋଗଦେବେ ଓ ସାଂସଦ ପାର୍ଥି ହୋଇ ନିର୍ବାଚନ ଲଢ଼ିବେ ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି । ହେଲେ ସେ କେଉଁ ଆସନ ରୁ ଲଢ଼ିବେ ତାହାକୁ ନେଇ ବିଜେଡ଼ି ଓ କଂଗ୍ରେସର ଚିନ୍ତା ବଢିଯାଇଥିବା ଜଣାପଡିଛି । କାରଣ ଏକମାତ୍ର ମହିଳା ଆଇ.ଏ.ଏସ ଅଫିସର ଅପରିଜିତା ଷଡ଼ଙ୍ଗୀ ଯେ ତାଙ୍କ କାର୍ଯ୍ୟ ଦକ୍ଷତା କୁ ପ୍ରମାଣିତ କରିସାରିଛନ୍ତି । ଜନସାଧାରଣ ଙ୍କ ପାଇଁ ବି ସେ ନୂଆ ଚେହେରା ନୁହେଁ ତେଣୁ ସେ ଯେଉଁଠାରୁ ଲଢ଼ିବେ ଲୋକେ ତାଙ୍କୁ ସହଜରେ ଗ୍ରହଣ କରିବେ ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁଯାୟୀ, ୧୯୯୪ ବ୍ୟାଚ ଆଇ.ଏ.ଏସ ଅଫିସର ଅପରାଜିତା ଷଡ଼ଙ୍ଗୀ ସେପ୍ଟେମ୍ବର ୧୫ ତାରିଖରେ ରାଜ୍ୟ ସରକାରଙ୍କ ଠାରେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ବେଳେ ଶ୍ରୀମତୀ ଷଡଙ୍ଗୀ ଙ୍କ ବିରୁଦ୍ଧରେ କୌଣସି ଦୁର୍ନୀତି କିମ୍ବା ପ୍ରଶାସନିକ ବିଶୃଙ୍ଖଳା ଅଭିଯୋଗ ନଥିବାରୁ ରାଜ୍ୟ ସରକାର ବୁଧବାର ଦିନ ଶ୍ରୀମତୀ ଷଡଙ୍ଗୀ ଙ୍କ ସ୍ୱେଚ୍ଛାକୃତ ଅବସର ପାଈଁ କେନ୍ଦ୍ର ସରକାର ଙ୍କୁ ସୁପାରିଶ କରିଛନ୍ତି । ଏସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବ ରବୀନ୍ଦ୍ର କୁମାର ସାହୁ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟକୁ ପତ୍ର ଦ୍ୱାରା ଅବଗତ କରାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀମତୀ ଷଡ଼ଙ୍ଗୀ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ରାଜ୍ୟରେ ସୁନାମ ଥିବାବେଳେ କିଛି ମାସ ତଳେ ତାଙ୍କ ସ୍ୱେଚ୍ଛାକୃତ ଅବସର ନେଇ ଚର୍ଚ୍ଚା ଧରି ଥିଲା ।