ଏପ୍ରିଲରୁ ୮୦୦ ଅତ୍ୟାବଶ୍ୟକ ଔଷଧର ଦର ବଢ଼ିବ

0

ନୂଆଦିଲ୍ଲୀ : ଏପ୍ରିଲରୁ ପାରାସିଟାମ ସମେତ ୮୦୦ରୁ ଅଧିକ ପ୍ରକାରର ଔଷଧର ଦର ୧୦ ପ୍ରତିଶତ ବଢ଼ିବ । ଏଥିରେ ଜ୍ୱର, ହୃଦରୋଗ, ଉଚ୍ଚ ରକ୍ତଚାପ, ତ୍ୱଚାରୋଗ ଓ ଏନିମିୟା ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧ ମଧ୍ୟ ସାମିଲ ରହିଛି । ଆସନ୍ତା ମାସଠାରୁ ପେନକିଲର ଓ ଆଣ୍ଟି-ବାୟୋଟିକ ଭଳି ପାରସିଟାମଲ ଫିନାଇଟୋଇନ ସୋଡିୟମ, ମେଟ୍ରୋନିଡାଜୋଲ ଭଳି ଅତ୍ୟାବଶ୍ୟକ ଔଷଧ ମହଙ୍ଗା ହୋଇଯିବ । କରୋନା ମହାମାରୀ ପରେ ଫାର୍ମା ଇଣ୍ଡଷ୍ଟ୍ରୀ ଔଷଧର ଦର ବଢ଼ାଇବା ନେଇ ଲଗାତାର ଦାବି କରିଆସୁଥିଲା । ଏନପିପିଏ ଶେଡ୍ୟୁଲ ଡ୍ରଗ୍ସ ପାଇଁ ଦର ୧୦.୭ ପ୍ରତିଶତ ବୃଦ୍ଧିକୁ ମଂଜୁରୀ ଦେଇଛି ।
ସୂଚନାଯୋଗ୍ୟ, ଶେଡ୍ୟୁଲ ଡ୍ରଗ୍ସ ଆବଶ୍ୟକ ଔଷଧରେ ସାମିଲ ହୋଇଛି ଏବଂ ଏହାର ଦରବୃଦ୍ଧି ବିନା ଅନୁମତିରେ ହୋଇପାରିବ ନାହିଁ । ଯେଉଁ ଔଷଧଗୁଡ଼ିକର ଦର ବୃଦ୍ଧି କରାଯିବ, ଏଥିରେ କରୋନାର ମଧ୍ୟମ ଠାରୁ ଗୁରୁତର ଲକ୍ଷଣଯୁକ୍ତ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେବାକୁ ଥିବା ଔଷଧ ମଧ୍ୟ ସାମିଲ ରହିଛି ।
ଫାର୍ମା ଇଣ୍ଡଷ୍ଟ୍ରୀର ବିଶେଷଜ୍ଞଙ୍କ କହିବା ଅନୁସାରେ ଗତ ୨ ବର୍ଷ ମଧ୍ୟରେ କିଛି ପ୍ରମୁଖ ଏପିଆଇର ଦର ୧୫ରୁ ୧୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ସାରିଛନ୍ତି । ପାରାସିଟାମଲର ଦର ୧୩୦ ପ୍ରତିଶତ ବୃଦ୍ଧି ହୋଇଛି । ସିରପ ଓ ଓରଲ ଡ୍ରପ ସହିତ ଅନ୍ୟ ଔଷଧ ଏବଂ ମେଡିକାଲ ସାମଗ୍ରୀରେ ବ୍ୟବହୃତ ହେଉଥିବା ଗ୍ଲିସରୀନ ଦର ୨୬୩ ପ୍ରତିଶତ ଏବଂ ପପିଲନ ଗ୍ଲାଇକୋଲର ଦର ୮୩ ପ୍ରତିଶତ ବଢ଼ିଛି । ଏହି ସବୁ କାରଣରୁ ଫାର୍ମା କଂପାନୀଗୁଡ଼ିକ କେନ୍ଦ୍ର ସରକାରଙ୍କ ନିକଟରେ ଔଷଧର ଦର ବୃଦ୍ଧି ପାଇଁ ଦାବି କରିଥିଲେ ।

Leave a comment

You cannot copy content of this page