ଏପ୍ରିଲ୍‌ ୨୮ରୁ + ୨ ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ଵରୁ ମାଟ୍ରିକ୍‌ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା ଆଜି +୨ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ଖରାକୁ ଦେଖି ଦୈନିକ ସକାଳ ୯ରୁ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ ବିବେଚନା କରାଯାଇଛି । ଚଳିତ ବର୍ଷ ମୋଟ ୩ ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।

ପ୍ରକାଶ ଥାଉକି, ଏପ୍ରିଲ୍‌ ୨୯ରୁ ମାଟ୍ରିକ୍‌ ପରୀକ୍ଷା ହେବ, ଯାହା ମେ ମାସ ୭ ଶେଷ ହେବ । ପ୍ରତ୍ୟକ ବିଷୟ ପାଇଁ ୨ ଘଣ୍ଟା ସମୟ ରହିଥିବା ବେଳେ କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍‌ ସମୟ ରହିବ । ତେବେ ଏଥରର କେମିତି ମୂଲ୍ୟାୟନ କରାଯିବ ସେ ନେଇ ସବିଶେଷ ତଥ୍ୟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ ନେଇ ଦୁଇଟି ସ୍କିମ୍ କରାଯାଇଛି । ପ୍ରଥମରେ ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଆଧାରରେ ମାର୍କ ମିଳିବ । ଦ୍ୱିତୀୟରେ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ ତିନିଟି କ୍ୱାର୍ଟର ଏଣ୍ଡେରେ ହୋଇଥିବା ପରୀକ୍ଷାର ୨୦ ପ୍ରତିଶତ ଅନୁସାରେ ମାର୍କ ଦିଆଯିବ । ଦୁଇଟି ସ୍କିମରୁ ଯେଉଁଥିରେ ସର୍ବାଧିକ ରହିବ, ତାହା ଚୂଡାନ୍ତ ମାର୍କ ହେବ । ପରୀକ୍ଷା ଓ ମୂଲ୍ୟାୟନ ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Leave a comment