କେବେ ବି ସାଙ୍ଗଙ୍କୁ ଏହି ୪ଟି କଥା କୁହନ୍ତୁନି

0

ସାଙ୍ଗସାଥୀଙ୍କ ସହ ସମ୍ପର୍କ ଯେତିକି ମଜଭୁତ ହୋଇଥାଏ ସେତିକି ଦୁର୍ବଳ ମଧ୍ୟ ହୋଇଥାଏ। ଦୁଇସାଙ୍ଗ ମିଶି ବଡ଼ରୁ ବଡ଼ ସମସ୍ୟାର ମଧ୍ୟ ସମାଧାନ କରିପାରିବେ। କିନ୍ତୁ ଯଦି ଟିକେ ଏପଟ ସେପଟ ହୁଏ ତେବେ ପାଟିରୁ ବାହାରିଥିବା କିଛି ଶବ୍ଦ ଏହି ସମ୍ପର୍କ ଭାଙ୍ଗିବାର କାରଣ ମଧ୍ୟ ସାଜିପାରେ। ତେବେ ଆଜି ଆମେ ଆପଣଙ୍କୁ ଏଭଳି କେତୋଟି କଥା କହିବୁ ଯାହା ସାଙ୍ଗଙ୍କୁ କହିବା ଠିକ୍‌ ନୁହେଁ। ନଚେତ୍‌ ଆପଣଙ୍କ ବନ୍ଧୁତା ଭାଙ୍ଗିଯାଇପାରେ।

ଲୁକ୍ସକୁ ନେଇ କହିବା:
ଲୁକ୍ସକୁ ନେଇ କାହାକୁ ବି ମନ୍ତବ୍ୟ ଦେବା ଠିକ୍‌ ନୁହେଁ। ଖାସ୍‌ କରି ରଙ୍ଗ ଓ ଶରୀର ଗଠନକୁ ନେଇ ଟିପ୍ପଣୀ ଦେବା ଅନୁଚିତ। ସାଙ୍ଗଙ୍କୁ ମଧ୍ୟ ଏନେଇ କିଛି କହିବା ଆପଣଙ୍କ ସମ୍ପର୍କକୁ ଖରାପ କରିପାରେ। କେହି ବି ନିଜ ଗେଟ୍‌ଅପ୍‌ ଉପରେ ଟିପ୍ପଣୀ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ସାଙ୍ଗ ବି ପସନ୍ଦ କରୁନଥିବେ। ଏଣୁ ତାଙ୍କୁ କେବେ ବି ବାଧିଲା ଭଳି କଥା କୁହନ୍ତୁ ନାହିଁ। ସାଙ୍ଗଙ୍କୁ ସବୁବେଳେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରନ୍ତୁ।

ତୋ ଦ୍ୱାରା କିଛି ହେବନି:
ଯଦି ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ହିଁ ସବୁବେଳେ କହୁଥିବ ଯେ ତୋ ଦ୍ୱାରା କିଛି ହେବନି ତେବେ ଆପଣ ହତୋତ୍ସାହିତ ହେବା ସ୍ୱାଭାବିକ। ଏଭଳି କଥା ବନ୍ଧୁଙ୍କ ଠାରେ ମଧ୍ୟ ଲାଗୁ ହେଉଛି। ଆପଣଙ୍କ ଠାରୁ ଏଭଳି କଥା ଶୁଣିବା ପରେ ତାଙ୍କ ଆତ୍ମବିଶ୍ୱାସ କମିଯାଇପାରେ। ଏସବୁ ଶୁଣିବା ପରେ ସେ ଆପଣଙ୍କ ଠାରୁ ଦୂରେଇ ଯାଇପାରନ୍ତି। ତେଣୁ ସାଙ୍ଗଙ୍କୁ କେବେ ବି ଏଭଳି ନକାରାତ୍ମକ କଥା କୁହନ୍ତୁ ନାହିଁ।

ତୁ ତ ଖାଲି କାନ୍ଦୁଛୁ:
ସାଙ୍ଗ ଯଦି କଥା କଥାରେ କାନ୍ଦି ପକାଉଥାନ୍ତି ତେବେ ଏନେଇ ତାଙ୍କୁ କେବେ ଟଣ୍ଟ ମାରନ୍ତୁ ନାହିଁ। ହୁଏ ତ ସେ ଇମୋସାଲ ହୋଇଥାଇପାରନ୍ତି। ଏଣୁ ଇମୋସନ୍‌କୁ କଣ୍ଟ୍ରୋଲ କରିନପାରି କାନ୍ଦି ପକାଉଥାନ୍ତି। ଏହି କଥାକୁ ନେଇ ତାକୁ ବାଧିଲା ଭଳି କିଛି କୁହନ୍ତୁ ନାହିଁ। ବାରମ୍ବାର ଏଭଳି କଥା ଶୁଣିବା ପରେ ହୁଏ ତ ସେ ଆଉ ଆପଣଙ୍କ ସହ ମିଶି ନପାରନ୍ତି। ଏହା ଦ୍ୱାରା ସମ୍ପର୍କ ଭାଙ୍ଗିଯାଇପାରେ।

ସାଙ୍ଗର ପାର୍ଟନର ବିରୁଦ୍ଧରେ କଥା ହେବା:
ସାଙ୍ଗଙ୍କ ସାମ୍ନାରେ କେବେ ବି ତାଙ୍କ ପାର୍ଟନର ବିରୁଦ୍ଧରେ କିଛି କୁହନ୍ତୁ ନାହିଁ। କାରଣ କେହି ବି ନିଜ ପ୍ରେମିକ/ପ୍ରେମିକାଙ୍କ ବିଷୟରେ କିଛି ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ବରଂ ଏହା ଦ୍ୱାରା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ।

Leave a comment