ବିଜେଡି ଟିକେଟ କରାଇଦେବାକୁ କହି ଠକିଲେ ଆଇନଜୀବୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନ କୁ ଦିନ ବିଭିନ୍ନ ଆଳରେ ଲୋକେ ଠକାମିର ଶିକାର ହେଉଥିବା ଖବର ଶୁଣିବାକୁ ମିଳୁଛି । ମାତ୍ର ଏଥର ଜଣେ ଆଇନଜୀବୀଙ୍କ ନାଁ ଏହି ଠକ ତାଲିକାରେ ସାମିଲ ହୋଇଛି । ଏଇ ଠକାମି ପ୍ରକୃତରେ କିଛିଦିନ ତଳ କଥା ନୁହେଁ ଏହା ହେଉଛି ୨୦୧୯ ସାଧାରଣ ନିର୍ବାଚନ ସମୟର । ଯାହା ଏବେ ସାମ୍ନା କୁ ଆସିଛି ।

ଘଟଣା ଟି କିଛି ଏ ପ୍ରକାରର:

ଜଣେ କରିତକର୍ମା ସୁପ୍ରିମକୋର୍ଟ ଆଇନଜୀବୀ ନିଜକୁ ଶାସକ ଦଳର ନିକଟତର ଦର୍ଶାଇ ଥିଲେ । ଏବଂ ଗଞ୍ଜାମ ଅଧିନସ୍ଥ ଏକ ନିର୍ବାଚନ ମଣ୍ଡଳୀର ଶାସକ ଦଳର ବିଧାୟକ ପ୍ରାର୍ଥୀ ଭାବେ ଟିକଟ ଦେବାକୁ କହି ଜଣେ ଆଶାୟୀ ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଥିଲେ । ମାତ୍ର ସେପରି କିଛି ଘଟିନଥିଲା । ଉକ୍ତ ବ୍ୟକ୍ତି ଜଣକ ଶାସକ ଦଳ ତରଫରୁ କୌଣସି ଟିକେଟ ପାଇ ନଥିଲେ । ଆଇନଜୀବୀଙ୍କ ଠାରୁ ସେ ନିଜ ଅର୍ଥ ଫେରସ୍ତ ପାଇଁ ବାରମ୍ବାର ଚେଷ୍ଟା ଚଳାଇଥିଲେ ମଧ୍ୟ ଫଳ କିଛି ହେଲା ନାହିଁ । ନିର୍ବାଚନ ସରି ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଠକମି ର ଶିକାର ହୋଇଥିବା ବ୍ୟକ୍ତି ନିଜ ସମସ୍ତ ଅର୍ଥ ଫେରସ୍ତ ପାଇପାରି ନାହାଁନ୍ତି । ଆଗାମୀ ଦିନରେ ଯଦି ସେ ନିଜ ସମସ୍ତ ଅର୍ଥ ଫେରସ୍ତ ନପାଆନ୍ତି ତେବେ ପୋଲିସର ସାହାଯ୍ୟ ନେବେ ବୋଲି ସୂଚନା ଦେଇଛନ୍ତି ।

Leave a comment