ଚାକିରି କରାଇଦେବା କହି ୧୦ ଲକ୍ଷ ଠକେଇ ଇଂଜିନିୟର ଗିରଫ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରେଳବାଇ ଚାକିରି କରାଇଦେବା ଆଳରେ ବେକାର ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ପୂର୍ବରୁ ଗିରଫ ହୋଇଥିବା ଇଂଜିନିୟର ପ୍ରଶାନ୍ତ ବାଘକୁ ପୁଣି ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା । ପୂର୍ବ ପରି ଏଥର ବି ଅଭିଯୁକ୍ତ ଇଂଜିନିୟର ପ୍ରଶାନ୍ତ ୨ ଜଣ ଯୁବକଙ୍କ ଠାରୁ ଚାକିରି କରାଇଦେବା ନାଁ ରେ ୧୦ ଲକ୍ଷ ଟଙ୍କା ନେଇଥବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ତାଙ୍କୁ ପଚରାଉଚରା କରୁଛି ଓ ଅଭିଯୋଗର ସଂଖ୍ୟା ବଢ଼ୁଥିବା ନେଇ ପୁଲିସ ସୂଚନା ଦେଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ନେଇ ସୂଚନା ମିଳିଛି।

ସୂଚନାଅନୁଯାୟୀ ଅଭିଯୁକ୍ତ ପ୍ରଶାନ୍ତ ଚନ୍ଦ୍ରଶେଖରପୁର ରେଳ ବିହାର କାର୍ଯ୍ୟାଳୟରେ ଡେପୁଟି ଚିଫ୍‌ ଇଂଜିନିୟର ଅଛନ୍ତି। ଗତ ୨ ବର୍ଷ ପୂର୍ବେ ଦୁଇ ଯୁବକ ସନ୍ତୋଷ କୁମାର ରାଉତ ଓ ସତ୍ୟବ୍ରତ ଦ୍ବିବେଦୀଙ୍କୁ ଅଭିଯୁକ୍ତ ପ୍ରଶାନ୍ତ ରେଳବାଇ ଚାକିରି କରାଇଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ। ଚାକିରି କରିଦେବା କହି ସେ ଦୁଇ ଯୁବକଙ୍କଠାରୁ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇଥିଲେ। ଟଙ୍କା ପାଇବା ପରେ ସେ ଆଉ ଧରାଛୁଆଁ ଦେଇନଥିଲେ। ଏହା ଭିତରେ ୨ ବର୍ଷ ବିତିବା‌ ପରେ ବି ପ୍ରଶାନ୍ତ ସେମାନଙ୍କୁ କେବଳ ମିଛ କହି ଭଣ୍ଡାଇ ଚାଲିଥିଲା । ଦୁଇ ଯୁବକ ଅର୍ଥ ଫେରସ୍ତ ପାଇଁ ଦାବି କରିଥିଲେ ମଧ୍ୟ ସେ କିଛି କର୍ଣ୍ଣପାତ କରିନଥିଲେ। ଦୁଇ ଯୁବକ ଅର୍ଥ ଫେରସ୍ତ ପାଇଁ ବାରମ୍ବାର ଦାବି କରିବାରୁ ଅଭିଯୁକ୍ତ ପ୍ରଶାନ୍ତ ସେମାନଙ୍କୁ ଏକ ଚେକ୍ ଦେଇଥିଲେ। ମାତ୍ର ପରେ ସେସବୁ ଚେକ୍‌ ବାଉନ୍‌ସ ହୋଇଯାଇଥିଲା। ତେଣୁ ଗତକାଲି ୨ ଯୁବକ ପ୍ରଶାନ୍ତଙ୍କୁ ଧରି ପୁଲିସ ଜିମା ଦେବାକୁ ଯୋଜନା କରିଥିଲେ।

Leave a comment