ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା, ୨ ଗିରଫ

0

(ଓଡ଼ିଶାଫାଷ୍ଟ ବ୍ୟୁରୋ): ଦକ୍ଷିଣ ଫ୍ରାନ୍ସର ଡ୍‌ରୋମ ଗସ୍ତକାଳରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋ ହୋଟେଲ ବାହାରେ ଅପେକ୍ଷାରେ ଥିବା ଲୋକଙ୍କୁ ରାଷ୍ଟ୍ରପତି ଭେଟିବାକୁ ଯିବା ସମୟରେ ଜନୈକ ବ୍ୟକ୍ତି ହାତ ମିଳାଇବା ବାହାନାରେ ତାଙ୍କୁ ଚାପୁଡା ମାରିଛନ୍ତି । ଏହି ମାମଲାରେ ସୁରକ୍ଷା କର୍ମୀ୨ଜଣଙ୍କୁ ଗିରଫ କରିଛି । ତେବେ ସେମାନେ କାହିଁକି ଏପରି ଆଚରଣ କଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଘଟଣାକୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଅଗଣତାନ୍ତ୍ରିକ ବୋଲି କହିଛନ୍ତି । କୋଭିଡ-୧୯ ମହାମାରୀରେ ଫ୍ରାନ୍ସ ଗୁରୁତର ପ୍ରଭାବିତ ହୋଇଛି । ଏଣୁ ଦେଶରେ ବିଭିନ୍ନ କଟକଣା ଜାରି ଥିବା କାଳରେ ରାଷ୍ଟ୍ରପତି ଦକ୍ଷିଣ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି । ଦେଶକୁ ପୁଣି କିପରି ସ୍ୱଭାବିକ କରିହେବ ସେ ନେଇ ରାଷ୍ଟ୍ରପତି ଆଲୋଚନା କରିବା ପାଇଁ ବାହାରକୁ ଆସିବାବେଳେ ସମର୍ଥକଙ୍କୁ ଭେଟିବା ଲାଗି ଚାଲିଯାଇଥିଲେ । ଭିଡ ମଧ୍ୟରେ ଜନୈକ ବ୍ୟକ୍ତି ଅଚାନକ ହାତ ମିଳାଇବା ବାହାନାରେ ମେକ୍ରୋଙ୍କ ଗାଲରେ ମାରିଥିଲେ ।

Leave a comment