ବିଜେପିରେ ମିଶିଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, କଟକରୁ ହୋଇପାରନ୍ତି ପ୍ରାର୍ଥୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅବସରପ୍ରାପ୍ତ ଆଇପିଏସ ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ବିଜେପିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରବିବାର ଆୟୋଜିତ ମିଶ୍ରଣ ପର୍ବରେ ପ୍ରକାଶ ବିଜେପିରେ ଯୋଗ ଦେଇଛନ୍ତି । ପ୍ରକାଶଙ୍କୁ ପୋଲିସ ଡିଜି ପଦରୁ ହଟାଯିବା ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ । ଏହି ଅଵସରରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ମଧ୍ୟ ବିଜେପିରେ ମିଶିଛନ୍ତି । ମୋଦି ପ୍ରତ୍ୟକ୍ଷଭାବେ ଦେଶର ସୁରକ୍ଷାର ଖବର ରଖନ୍ତି । ତାଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛି ବୋଲି ପ୍ରକାଶ କହିଛନ୍ତି । ଏହି ମିଶ୍ରଣ ପର୍ବ କାର୍ଯକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସମେତ ବିଶ୍ୱଭୂଷଣ ହରିଚନ୍ଦନ ଓ ବରିଷ୍ଠ ନେତା ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଙ୍କୁ ବିଜେପି କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଶୁଣାଯାଉଛି ।