ବିଜେଡିରେ ଯୋଗଦେଲ ପୂର୍ବତନ ପୋଲିସ କମିଶନର
ଓଡିଶା ଫାଷ୍ଟ(ବ୍ୟୁରୋ): ରାଜନୀତିରେ ଯୋଗ ଦେବାକୁ ମନ ବଳାଇଛନ୍ତି ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ। ପ୍ରଶାସନିକ କ୍ଷେତ୍ରରୁ ଅବସର ନେବା ପରେ ବିଜୁ ଜନତା ଦଳରେ ଯୋଗଦେଲେ ଏହି ଦକ୍ଷ ଅଫିସର । ଅରୂପ ପଟ୍ଟନାୟକ ବିଜେଡିରେ ମିଶିବାର ଦିର୍ଘ ଦିନରୁ ଆଭାସ ମିଳିଥିଲା । ଆଜି ଅପରାହ୍ନରେ ସେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି। ବିଜୁବାବୁଙ୍କ ନିତି ଓ ଆଦର୍ଶରେ ସେ ଅନୁପ୍ରାଣିତ । ବିଜୁ ପଟ୍ଟନାୟ ଦେଶ ବାହାରେ ଓଡ଼ିଶାର ଟେକ ରଖିଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ଓ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ କର୍ମୀ ହିସାବରେ କାମକରିବି ବୋଲି ପ୍ରକାଶ କରିଛନ୍ତି।
ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକର ମୁମ୍ବାଇରେ ଉନ୍ମୋଚନ ହେବା ସମୟରେ ସେ ଉପସ୍ଥିତ ଥିଲେ ଓ ପୁସ୍ତକ ଉନ୍ମୋଚନ ସମାବେଶରେ ବିଜୁ ପଟ୍ଟନାୟଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ ଅରୂପ।
ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକର ଉଦୟପୁରରେ ୧୯୫୫ରେ ଅରୂପ ପଟ୍ଟନାୟକ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀ ପଟ୍ଟନାୟକ ପ୍ରଥମେ ଭାରତୀୟ ଷ୍ଟେଟବ୍ୟାଙ୍କରେ ଚାକିରି କରିଥିଲେ । ୧୯୭୯ ମସିହାରେ ମହାରାଷ୍ଟ୍ର କ୍ୟାଡରରେ ସେ ଆଇପିଏସ୍ ପାଇଥିଲେ । ଶ୍ରୀ ପଟ୍ଟନାୟକ ମୁମ୍ବାଇର ୩୬ତମ ପୋଲିସ୍ କମିଶନର ରୂପେ କାର୍ଯ୍ୟ କରିଥିଲେ। ସେ ପ୍ରଥମ ଏବଂ ଜଣେ ମାତ୍ର ଓଡ଼ିଆ ଯିଏ କି ମୁମ୍ବାଇ ପୁଲିସ୍ କମିଶନର ହୋଇଥିଲେ ।
୧୯୯୪ରେ ସେ ଇଣ୍ଡିଆନ ପୋଲିସ ମେଡାଲ ହାସଲ କରିଥିଲେ ଓ ନିଜର ଦକ୍ଷତା ପାଇଁ ସେ ୨୦୦୩ ମସିହାରେ ରାଷ୍ଟ୍ରପତି ପଦକ ମଧ୍ୟ ପାଇଥିଲେ।