ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ
୨୮ ବର୍ଷ ପରେ ଗର୍ଭବତୀ ପତ୍ନୀଙ୍କୁ ମିଳିଲା ନ୍ୟାୟ
ପତ୍ନୀ ହନ୍ତା ବିଧାୟକଙ୍କୁ ଆଜୀବନ କାରା ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଏଡିଜେ -୩ ଏମ ଲଏ /ଏମପି କୋର୍ଟ । ୨୮ ବର୍ଷ ପରେ ଗର୍ଭବତୀ ପତ୍ନୀଙ୍କୁ ମିଳିଲା ନ୍ୟାୟ ।ପୂର୍ବତନ ଗୁଣୁପୁର ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଦଫା ୩୦୨ପାଇଁ ଆଜୀବନ କାରଦଣ୍ଡ ୫୦ହଜାର ଜୋରିମାନା ଅନାଦେୟ ୧ ବର୍ଷ ଜେଲ ଦଣ୍ଡ ସହିତ ଦଫା ୨୦୧ପ୍ରମାଣ ନଷ୍ଟ ପାଇଁ ୧୦ହଜାର ଟଙ୍କା ଫାଇନ ଅନାଦେୟ ୬ ମାସ ଜେଲ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।
ଭୁବନେଶ୍ୱର କୋର୍ଟରେ ଅଭିଯୁକ୍ତ ହାଜର ହେବା ପରେ ଆଜି ହେଲା ଦଣ୍ଡ ବିଧାନର ସୁଣାଣୀ ହୋଇଛି। ସ୍ୱତନ୍ତ୍ର ଏମଏଲଏ,ଏମପି କୋର୍ଟ ହତ୍ୟା କାଣ୍ଡର ଦଫା ୩୦୨, ପ୍ରମାଣ ନଷ୍ଟ କରିବା ର ଦଫା ୨୦୧ରେ ପୂର୍ବରୁ ଦୋଷୀ ସାବ୍ୟସ୍ଥ ହୋଇଥିଲେ ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ । ଏହି ଘଟଣାରେ ୧୧ଜଣ ସାକ୍ଷୀ ଓ ୧୫ଟି ତଥ୍ୟ, ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ।
ଅଗଷ୍ଟ ୨୯,୧୯୯୫ ରେ ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟାକାଣ୍ଡ ନେଇ ଖାରବେଳ ନଗର ଥାନାରେ ହୋଇଥିଲା ମାମଲା । ଭୁବନେଶ୍ୱର ଏମଏଲଏ କୋଲୋନୀରେ ଥିବା ସରକାରୀ ବାସ ଭଵନ DS -୧୮/୧ ସକାଳ ୯ ଟା ହୋଇଥିଲା ହତ୍ୟା କାଣ୍ଡ । ଗର୍ଭବତୀ ପତ୍ନୀ ଶଶୀ ରେଖା ଗମାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରି ଆତ୍ମ ହତ୍ୟାର ରୂପ ଦେବା ସହ ପ୍ରମାଣ ନଷ୍ଟ କରିଥିଲେ ଅଭିଯୁକ୍ତ ବିଧାୟକ । ୧୬ରୁ ୧୭ ସପ୍ତାହର ଗର୍ଭବତୀ ଥିବା ଶଶୀ ରେଖାଙ୍କୁ ବାର୍ଥରୁମରେ ହତ୍ୟା କରିଥିଲା ଏହି ପତ୍ନୀ ହନ୍ତା । ପୂର୍ବରୁ କୋର୍ ରେ ଦୋଷୀ ସାବ୍ୟସ୍ତ ହୋଇଥିଲା