ଆଠମଲ୍ଲିକର ପୂର୍ବତନ ବିଧାୟକଙ୍କ ଦୁର୍ଘଟଣାରେ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନ ମୃତ । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରାଜକିଶୋର ପ୍ରଧାନ ଟ୍ରେନ୍‌ରେ ବଇଣ୍ଡା ଯାଉଥିଲେ । ଅଧିକ ବୟସ କାରଣରୁ ଭୁଲବଶତଃ ସେ କଇଁଫୁଲିଆ ଠାରେ ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ସମୟରେ ତଳକୁ ଖସି ପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଫଳରେ କିଛି ଅଂଶ ଫାଟି ଗାତ ହୋଇଯାଇଥିଲା । ସେଥିଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ୧୯୭୧ ମସିହାରେ ଉତ୍କଳ କଂଗ୍ରେସ ପକ୍ଷରୁ ଆଠମଲ୍ଲିକରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ।

Leave a comment

You cannot copy content of this page