ବସ୍ତାରୁ ବିଜେପିରୁ ଲଢ଼ିବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧମକାଇବାର ଏକ ନଗ୍ନ ନମୁନା ରବିବାର ସକାଳୁ ଦେଖିବାକୁ ମିଳିଛି । ବାଲେଶ୍ଵର ର ବସ୍ତାରୁ ପୂର୍ବତନ ବିଧାୟକ ରଘୁନାଥ ମହାନ୍ତିଙ୍କୁ ଟିକେଟ ନେଇ ଅନିଶ୍ଚିତତା ହେବାରୁ ସେ ଗତକାଲି ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । କୌଣସି ମତେ ନିଜ ଟିକେଟ ସୁନିଶ୍ଚିତତା ଜାଣି ଆଜି ବିଜେଫିରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରର କେଇ ଘଣ୍ଟା ପୂର୍ବରୁ ସେ ବିଜେପି ରେ ଯୋଗଦେଇ ଥିଲେ । ରଘୁଙ୍କୁ ବସ୍ତାରୁ ବିଧାନସଭା କିମ୍ବା ବିଜେପି ଲୋକସଭା ପ୍ରାର୍ଥୀ ବଦଳାଇ ତାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି। ତେଣୁକରି ଏଠି ବିଜେପି , ବିଜେଡ଼ିରୁ ଯାଇଥିବା ନେତାଙ୍କୁ ଟିକେଟ ସଙ୍ଗେ ସଙ୍ଗେ ପ୍ରଦାନ କରୁଥିବାରୁ ରଘୁ ବିଜେଡି ଛାଡି ମୁଖ୍ୟମନ୍ତ୍ରୀଙ୍କୁ ଧମକାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ଏହି ଧମକ କେତେ ମାତ୍ରାରେ ଭୋଟରେ ପରିଣତ ହେବ ତାହା ସମୟ କହିବ ।