ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ସ୍ବାମୀ ଦୀପକ କୋଚରଙ୍କୁ ମିଳିଲା ଜାମିନ

0

ICICI ବ୍ୟାଙ୍କର ପୂର୍ବତନ CEO ଚନ୍ଦା କୋଚରଙ୍କୁ ଆଶ୍ବସ୍ତି । ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ପୂର୍ବତନ ସିଇଓ ଚନ୍ଦା କୋଚର ଓ ସ୍ବାମୀ ଦୀପକ କୋଚରଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ ।

ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହୋଇଥିଲା ଯାଚିକା ଉପରେ ଶୁଣାଣି କରି ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଚନ୍ଦା କୋଚର ଓ ତାଙ୍କ ସ୍ବାମୀଙ୍କ ଗିରଫଦାରୀ ଆଇନ ଅନୁସାରେ ହୋଇନଥିବା କହିଛନ୍ତି ବମ୍ବେ ହାଇକୋର୍ଟ । ଦୁର୍ନୀତି ନିବାରଣ ଆଇନ ଅନୁସାରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିଛନ୍ତି କୋର୍ଟ । ତେଣୁ ଉଭୟ ଜେଲରୁ ମୁକୁଳିବା ବାଟ ଫିଟଛି । ବ୍ୟକ୍ତିଗତ ୧ ଲକ୍ଷ ଟଙ୍କା ମୁଚାଲିକା ବଦଳରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ସିବିଆଇ ଅସନ୍ତୋଷ ପ୍ରକାଶ କରିଛି ।

 

Leave a comment