କଂଗ୍ରେସରେ ଭିମସାର୍ ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିମସାର୍ ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ ଚାକିରିରୁ ଇସ୍ତଫା ଦେବା ପରେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଡା. ପୂଜାହାରୀ କଂଗ୍ରେସରେ ମିଶିଛନ୍ତି । ଏହି ଅବସରରେ ଓଡ଼ିଶା କାର୍ଯ୍ୟକାରୀ ପ୍ରଭାରୀ ଟି.ଏସ୍. ସିଂହଦେଓ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ସମ୍ବଲପୁରସ୍ଥିତ ଭିମସାରରେ ଥିବା ବେଳେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ବା. ପୁଜାରୀ ଲୋକଲୋଚନକୁ ଆସିଥିଲେ । ଏଥିସହ କ୍ୟାନସର ଭଳି ରୋଗର ଚିକିତ୍ସା ପାଇଁ ଲୁଣ ବ୍ୟବହାର କରୁଥିବାରୁ ତାଙ୍କ ନାମରେ ଅଭିଯୋଗ ଉଠିଥିଲା । ଏହାପରେ ସରକାର ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଅଳ୍ପ କିଛିଦିନ ପରେ ଡା. ପୂଜାହାରୀ ନିଜ ତରଫରୁ ଚାକିରିରୁ ଇସ୍ତଫା ଦେଇଥିଲେ । କଂଗ୍ରେସରେ ଯୋଗ ଦେବା ପରେ ଦଳ ପକ୍ଷରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।