ନବରଙ୍ଗପୁରରେ ନିଜ ସମର୍ଥକଙ୍କ ସହିତ ଶଙ୍ଖ ଧରିଲେ ପ୍ରଦୀପ ମାଝୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବରଙ୍ଗପୁର ସହର ଉପକଣ୍ଠ ଚାଉଳିଆଗୁଡ଼ା ଖେଳପଡ଼ିଆରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡ଼ିର ହାତ ଧରିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶ୍ରୀ ମାଝୀ ଏବଂ ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଛନ୍ତି । ପ୍ରଦୀପ ମାଝୀ ଗତ ଅକ୍ଟୋବର ମାସ ୨୨ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ବିଜେଡ଼ିରେ ଯୋଗଦେବା ନେଇ ୨୪ ତାରିଖରେ ଘୋଷଣା କରିଥିଲେ ।
ଏହି ମିଶ୍ରଣ ପର୍ବ ସମୟରେ ନିଜର ପ୍ରଦୀପ ମାଝୀ ଶକ୍ତି ପ୍ରଦର୍ଶନ କରିଥିଲେ । ସେ ନିଜ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ଵରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ସମେତ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା, ସାଂସଦ ରମେଶ ମାଝୀ ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ । ଶ୍ରୀ ମାଝୀଙ୍କ ବେକରେ ଉତ୍ତରୀୟ ଏବଂ ହାତରେ ଫୁଲତୋଡ଼ା ଦେଇ ଶ୍ରୀ ଦାସ ତାଙ୍କୁ ବିଜେଡ଼ିକୁ ସ୍ୱାଗତ କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ବିଜେଡ଼ିରେ ସେ ସାମିଲ ହୋଇଥିବା ଶ୍ରୀ ମାଝୀ ତାଙ୍କ ଭାଷଣରେ କହିଥିଲେ । ଅବିଭକ୍ତ କୋରାପୁଟ ସମେତ ସାରା ରାଜ୍ୟରେ ବିଜେଡ଼ିକୁ ଅଧିକ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ କାର୍ଯ୍ୟ ଆଗକୁ ନେବେ ବୋଲି ସଂକଳ୍ପ କରିଥିଲେ ।