ବିଜେପିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ!

0

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ । ଜୁନ୍‌-୨ ତାରିଖରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ବିଜେପି ହାର୍ଦ୍ଦିକଙ୍କୁ ଗାନ୍ଧିନଗର କାର୍ଯ୍ୟାଳୟରେ ସ୍ୱାଗତ କରିବବୋଲି ଚର୍ଚ୍ଚା ହେଉଛି ।

ସୂଚନାଥାଉ କି ଗତକିଛି ସପ୍ତାହ ହେବ ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ର ଦଳର ମୁଖ୍ୟ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇବା ସହ ପରେ କଂଗ୍ରେସର କାର୍ଯ୍ୟରତ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରରେ ସେ ସୋନିଆଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କଥା ମଧ୍ୟ ପଚାରି ଥିବା ଜଣାପଡ଼ିଥିଲା । ପରେ ପରେ ବିଜେପିରେ ସେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ବର୍ତ୍ତମାନ ହାର୍ଦ୍ଦିକ ସମସ୍ତ ଆଶା ଆଶଙ୍କାକୁ ଦୂରକରି ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ।

Leave a comment