ବନ୍ଧା ହେଲେ ପୂର୍ବତନ ବିଜେଡି ବିଧାୟକ
ଓଡିଶା ଫାଷ୍ଟ( ବ୍ୟୁରୋ):ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଗିରଫ କରିଛି। ବିଧାୟକ ଶ୍ରୀ ନାଏକ ପ୍ରାୟ ୧.୮୮କୋଟି ଟଙ୍କାର ସମ୍ପତ୍ତିର ହିସାବ ଦେଇନପାରିବା କାରଣରୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ବୋଲି କହିଛି। ସୂଚନା ଅନୁସାରେ, ୧୯୮୫ ମସିହାରେ ରାଜସ୍ୱ ବିଭାଗରେ କନିଷ୍ଠ କିରାଣୀ ଭାବେ ଚାକିରି ଆରମ୍ଭ କରିଥିବା ଶ୍ରୀ ନାଏକ ୨୦୦୪ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଫିସରେ କାର୍ଯ୍ୟ କରିଥିଲେ। ପରେ ସେ ଚାକିରିରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ଆଉ ୨୦୧୪ରେ ବିଜେଡି ତାଙ୍କୁ ଦଳୀୟ ଟିକେଟ୍ ଦେଇଥିଲା ଓ ସେ ବିଧାୟକ ଭାବେ ବିଜୟୀ ହୋଇ ୨୦୧୯ ପର୍ଯ୍ୟନ୍ତ ଭବାନୀପାଟଣାର ବିଧାୟକ ଥିଲେ।