ସୁନ୍ଦରୀକୁ ଠାବ କରିବାକୁ ଯଶୋଦା ର ସହାୟତା ଲୋଡିଲା ବନବିଭାଗ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କୁମକି ହାତୀ ଯଶୋଦାର ସହାୟତା ଲୋଡିଲେ ବାଘୁଣୀ ସୁନ୍ଦରୀକୁ ଧରିବାକୁ । ବିଗତ କିଛିଦିନ ହେବ ସାତକୋଶିଆ ଅଞ୍ଚଳରେ ଆତଙ୍କ ମଚାଇଥିବା ବାଘୁଣୀ ସୁନ୍ଦରୀକୁ ଠାବ କରିବାରେ ବନ୍ୟାବିଭାଗ କର୍ମଚାରୀ ଅସଫଳ ହେବାପରେ ଆଜି ଯଶୋଦାର ସହାୟତା ନେଇଛିି ବନବିଭାଗ ।

ସୂଚନା ଅନୁଯାୟୀ, ସୁନ୍ଦରୀ ମଣିଷ ମାରିବା ଅଭିଯୋଗ ଆସିବା ପରେ ଦୀର୍ଘ ୧୦ ଦିନ ହେବ ବନବିଭାଗ ସୁନ୍ଦରୀକୁ ଠାବ କରିବାରେ ଅସଫଳ ହୋଇଛି । ତେଣୁ ସୁନ୍ଦରୀକୁ ଠାବ କରିବାକୁ ପ୍ରଥମେ କୁମକି ହାତୀ ରାଜକୁମାରୀକୁ ଆଣିବାକୁ ଯୋଜନା କରାଯାଇଥିଲା । ମାତ୍ର ବନବିଭାଗ ରାଜକୁମାରୀକୁ ଆଣିବାରେ ଅସଫଳ ହେବାରୁ ବର୍ତ୍ତମାନ ଚନ୍ଦକା ଅଭୟାରଣ୍ୟରେ ଥିବା ତାଲିମପ୍ରାପ୍ତ ହାତୀ ଯଶୋଦାକୁ ସାତକୋଶିଆକୁ ନିଆଯାଇଛି ।

ଏକ ସ୍ୱତନ୍ତ୍ର ଟ୍ରକରେ ଯଶୋଦାକୁ ୪ଜଣ ମାହୁନ୍ତ ଓ ବନ କର୍ମଚାରୀଙ୍କ ସହାୟତାରେ ସାତକୋଶିଆ ନିଆଯାଇଛି । ବାନ୍ଧବଗଡରୁ ଆସିଥିବା ସ୍ୱତନ୍ତ୍ର ଟିମ ଯଶୋଦା ସହାୟତାରେ ବାଘକୁ ଟ୍ରାଙ୍କୁଲାଇଜ କରିବେ ।
ପୂର୍ବରୁ ବଣୁଆ ହାତୀଙ୍କୁ ରୋକିବାରେ ଅନେକ ଥର ଯଶୋଦା ସଫଳ ହୋଇଥିବାରୁ ସୁନ୍ଦରୀ କୁ ଠାବ କରିବାରେ ସେ ପୁଣିଥରେ ସଫଳ ହେବ ବୋଲି ବନକର୍ମଚାରୀ ଆଶା ରଖିଛନ୍ତି । ଏବଂ ହାତୀ ପିଠିରୁ ବିଶେଷଜ୍ଞ ଦଳ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାର ଯୋଜନା ରଖିଛନ୍ତି ।

Leave a comment