ଏହି କାରଣରୁ ଆଉ ଆପଣଙ୍କ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉନି ତ ଝଗଡା, ତେବେ ଖୁବ ଶୀଘ୍ର ବେଡ଼ ରୁମରେ କରନ୍ତୁ ଏଭଳି ପରିବର୍ତ୍ତନ
ପ୍ରତ୍ୟେକ ଦମ୍ପତି ନିଜ ବୈବାହିକ ଜୀବନରେ ସୁଖ-ଶାନ୍ତି ଚାହାଁନ୍ତି । ଦୁହିଁଙ୍କହିଁ ମଧ୍ୟରେ ଥିବା ଭଲ ପାଇବା ଅତୁଟ ରହୁ । ମାତ୍ର ବେଳେବେଳେ ବୁଝି ହୁଏନା କେଉଁ କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ । ଆଉ ତାହା ଗୋଟେ କି ଦୁଇ ଦିନ ପାଇଁ ନ ଥାଏ । ଅହରହ ସେମାନଙ୍କ ମଧ୍ୟରେ କଳହ ଲାଗି ରହିଥାଏ । ଏହି କଳହ ପଛର କାରଣ ଶୋଇବା ଘର ନୁହେଁ ତ ।
ଅର୍ଥାତ ଶୋଇବା ଘରେ ଯଦି ଖଟ ଠିକ ସ୍ଥାନରେ ପଡ଼ିିନଥିବ ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିବ । ପୁଣି ଖଟ ଯଦି ଠିକ ସ୍ଥାନରେ ପଡ଼ିନଥିବ ତେବେ ନକାରାତ୍ମକ ଶକ୍ତି ଘରକୁ ଆସିଥାଏ । ଯଦି ଆପଣ ଚାହୁଁଛନ୍ତି ଦୁହିଁଙ୍କ ମଧ୍ୟରେ କଳହ ନ ହେଉ ତେବେ ଆପଣାନ୍ତୁ କିଛି ବାସ୍ତୁ ଟିପ୍ସ ।
– କେବେ ବି ଶୋଇବା ଖଟକୁ ଝରକା କିମ୍ବା କାନ୍ଥକୁ ଲଗାଇକରି ରଖନ୍ତୁ ନାହିଁ । ଏଥିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିଯାଏ । ଅସହଯୋଗ ଭଳି ପ୍ରକୃତି ମଧ୍ୟ ବଢ଼ିଯାଏ ।
– ଖଟ ତଳେ କୌଣସି ପ୍ରକାର ବସ୍ତୁ ରଖନ୍ତୁ ନାହିଁ ।
– ଘରର ଛାତ ତଳେ ବିମ୍ ରହିବା ଭଲ ନୁହେଁ । ପରସ୍ପର ଭିତରେ କଳହ ଲାଗି ରହିବ ।
– ଗୋଟିଏ ଖଟରେ ମେଟ୍ରେସ ବା ଗଦି ଦୁଇ ଅଲଗା ଅଲଗା ହୋଇ ରହିବା ଭଲ ନୁହେଁ । ଦୁହିଁଙ୍କ ଭଲପାଇବାରେ ଦୂରତା ସୃଷ୍ଟି ହୋଇଥାଏ ।
– ଯେଉଁ ବେଡସିଟ ବା ଚାଦରରେ କଣା କିମ୍ବା କି ଚିରି ଯାଇଥିବ ତାକୁ କେବେ ବି ଖଟରେ ପକାଇବେ ନାହିଁ ।