୫୦ ଟଙ୍କା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଙ୍କ ସାର୍ଟିଫିକେଟ ରେ ଲେଖିଲେ ବ୍ୟାଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗୁରୁ ଓ ଶିଷ୍ୟ ର ସମ୍ପର୍କ ନିଆରା। ଶିଷ୍ୟ ପାଇଁ ଗୁରୁ ର ସ୍ଥାନ ଭଗବାନଙ୍କ ଠାରୁ ମଧ୍ୟ ଉଚ୍ଚରେ। ତବେ ଯଦି ଏହି ଗୁରୁ ଭଗବାନ ରୁ ସୈତାନ ସାଜେ ତେବେ ସେ ଶିଷ୍ୟର ଭବିଷ୍ୟତ ନଷ୍ଟ କରିବାକୁ ପଛଘୁଞ୍ଚା ଦିଏନାହିଁ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ସେପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ।
ପ୍ରଧାନଶିକ୍ଷୟିତ୍ରୀ ଙ୍କୁ ଟଙ୍କା ନଦେବା ତାଙ୍କ ପାଇଁ ଅଭିଶାପ ରେ ପରିଣତ ହୋଇଛି।

ଘଟଣା କ୍ରମେ

କଳାହାଣ୍ଡି ଜିଲ୍ଲାର ସେପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସରୋଜିନୀ ଶତପଥୀ ଚଳିତ ବର୍ଷ ମାଟ୍ରିକ ପାସ୍ କରିଥିବା ଦୁଇଜଣ ଛାତ୍ରଙ୍କୁ ୩୫୦ଟଙ୍କା ଲେଖାଏଁ ମାଗିଥିଲେ।
ମାତ୍ର ଛାତ୍ର ଦୁଇଜଣ ଏତେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ପ୍ରଧାନଶିକ୍ଷୟିତ୍ରୀ ସେମାନଙ୍କୁ ଗାଳି ଦେବା ସହିତ ପୋଲିସକୁ ଡକାଇଥିଲେ। ପରେ ସ୍କୁଲ ଲିଭିଂ ସାର୍ଟିଫିକେଟରେ ଚରିତ୍ର ସ୍ଥାନରେ ନକାରାତ୍ମକ ଲେଖି ଦେଇଥିଲେ। ବର୍ତ୍ତମାନ ସେମାନେ କଲେଜରେ ନାଁ ଲେଖାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏନେଇ ଅଭିଯୋଗ ହେବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ପ୍ରତିଶ୍ରୁତି ଦେଇଛନ୍ତି।

ଜଣେ ଛାତ୍ରଙ୍କ କହିବାନୁଯାୟୀ, ସ୍କୁଲ ଲିଭିଂ ସାର୍ଟିଫିକେଟ ନେବା ପାଇଁ ୩୦୦ଟଙ୍କା ନେଇ ଆସିବା ପାଇଁ ସ୍କୁଲରୁ ଫୋନ୍ ଆସିଥିଲା। ପ୍ରଧାନଶିକ୍ଷୟିତ୍ରୀଙ୍କୁ ସାର୍ଟିଫିକେଟ ମାଗିବାରୁ ସେ ୩୫୦ ଟଙ୍କା ମାଗିଥିଲେ। ଆମେ ୩୦୦ ଟଙ୍କା ଆଣିଛୁ,ଅବଶିଷ୍ଟ ଟଙ୍କା ପରେ ଦେଇ ଦେବୁ କହିଥିଲୁ। ପ୍ରଧାନଶିକ୍ଷୟିତ୍ରୀ ମନା କରିଥିଲେ ଓ ଆମେ ପଇସା ଦେଇ ନପାରିବାରୁ ସ୍କୁଲ ଲିଭିଂ ସାର୍ଟିଫିକେଟରେ ଚରିତ୍ର ନକାରାତ୍ମକ ବୋଲି ଲେଖି ଦେଇଥିଲେ। ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a comment

You cannot copy content of this page