ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଅଦିତ୍ୟବହିନୀ ଓଡ଼ିଶା, ଅମରେଶଙ୍କ ସହଯୋଗରେ ମନ୍ଦିର ପୂଜକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏହି ଲକ ଡାଉନ ନିୟମ ପାଳନ କରି ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଥିବାରୁ ଏହାର ସିଧାସଳଖ ପ୍ରଭାବ ପୂଜକଙ୍କ ଉପରେ ପଡିଛି । ଭକ୍ତ ମନ୍ଦିର ଦର୍ଶନ କରିବାକୁ ଆସୁନଥିବାରୁ ସେମାନେ ଦକ୍ଷିଣା ରୁ ବଞ୍ଚିତ ହେଉଛନ୍ତି । ଯାହାଦ୍ୱାରା ସେମାନେ ଓ ତାଙ୍କ ପରିବାର ଅନେକ ଆର୍ଥିକ ସମସ୍ୟା ଦେଇ ଗତିକରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୋବର୍ଦ୍ଧନ ପୀଠଦିସ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଅଦିତ୍ୟବହିନୀ ଓଡ଼ିଶାର ସହଯୋଗରେ ଆଜି ପବିତ୍ର ବୃଷ ସଂକ୍ରାନ୍ତି ଅବସରେ ୱାର୍ଡ ନମ୍ବର-୪୫, ଚିନ୍ତାମଣିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଖାଦ୍ୟ ସାମଗ୍ରୀ ବଣ୍ଟନର ଅଭିନବ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପୂର୍ବତନ କର୍ପରେଟର ଅମରେଶ ଜେନା(ବାଇଁଆ)ଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ ମନ୍ଦିର ପୂଜକ, କର୍ମକାଣ୍ଡି ବ୍ରାହ୍ମଣ ମାନକୁ ପରିବାର ପ୍ରତିପୋଷଣ ପାଇଁ ଖାଦ୍ୟ ସାମଗ୍ରୀ ଓ ଦକ୍ଷିଣା ପ୍ରଦାନ କରାଯାଇଥିଲା । ବ୍ରାହ୍ମଣ ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣ ପରେ ଅଦିତ୍ୟବହିନୀ ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କ ଉକ୍ତ କାର୍ଯ୍ୟକ୍ରମ ସମ୍ୱନ୍ଧରେ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ଓ ବ୍ରାହ୍ମଣ ମାନଙ୍କୁ ଅବଗତ କରାଇଥିଲେ ।
ଶଶାଙ୍କ ଶେଖର ପରିଡା, ଦେବାଶିଷ ଜେନା, ରଞ୍ଜିତ ଜେନା, ଚିଂମୟ ସାମନ୍ତରାୟ, କଳ୍ପତରୁ ବେହେରା, ଅଜୟ ନାୟକ, ବିଦ୍ୟାଧର ସାମନ୍ତରାୟ,ରାମଚନ୍ଦ୍ର ଦେଓ, ବିବେକ କୁମାର ସ୍ୱାଇଁ ଏବଂ ବିଜେଡି ଯୁବନେତା ଅଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ଏହିଭଳି ପ୍ରଶଂସନୀୟ କାର୍ଯ୍ୟରେ ଅମରେଶ ଜେନା(ବାଇଁଆ)ଙ୍କୁ ସହଯୋଗ କରିଥିଲେ ।