ପାଗ ପରିବର୍ତ୍ତନ ସମୟରେ ଭାଇରଲ ଜ୍ୱର ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ; ତୁରନ୍ତ ହୋଇଯିବେ ସୁସ୍ଥ
ବର୍ତ୍ତମାନ ଜାରି ରହିଛି ବର୍ଷାଋତୁ l ଯାହା ଫଳରେ ଘରେ ଘରେ ଥଣ୍ଡା, କାଶ ଓ ଜ୍ୱର ଦ୍ୱାରା ଆକ୍ରାନ୍ତ ହେଉ ଥିବାର ଦେଖିବାକୁ ମିଳୁଛି l ଏହାର ମୁଖ୍ୟ କାରଣ ହେଉଛି ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା, ଜଳବାୟୁ ରେ ଆର୍ଦ୍ରତା l ଏହାଛଡା କୋଭିଡ ବିପଦ ସମ୍ପୂର୍ଣ୍ଣ ସମ୍ପୂର୍ଣ ଭାବରେ ଯାଇନାହିଁ l ତେଣୁ ଏହି ସମୟରେ ବିଶେଷ ଭାଗରେ ସାବଧାନ ରହିବା ଜରୁରୀ l
ଭାଇରଲ ଫିବର ଜଣଙ୍କ ନିକଟରୁ ଆଉ ଜଣଙ୍କ ପାଖକୁ ବ୍ୟାପିଥାଏ l ତେଣୁ ଏପରି ସ୍ଥିତିରେ ତୁରନ୍ତ ଔଷଧ ନଖାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇ ଥାଏ l ତେବେ ଆସନ୍ତୁ ଜାଣିବା କେଉଁସବୁ ଘରୋଇ ଉପାୟକୁ ଆପଣାଇ ଆମେ ଭାଇରଲ ଜ୍ୱର ଠାରୁ ରକ୍ଷା ପାଇ ପରିବା l
ସ୍ୱାସ୍ଥ୍ୟବିଶେଷଜ୍ଞ ଙ୍କ ମତରେ ୯୯ ଡିଗ୍ରୀ ଟେମ୍ପରେଚର ଭାଇରଲ ଫିବାର ହୋଇନପାରେ l ୧୦୦ ଡିଗ୍ରୀରୁ ଉର୍ଧ୍ଵ ହେଲା ତେବେ ଏହା ଭାଇରଲ ଜ୍ୱର ଅଟେ l
– ହଳଦୀ ଓ ଶୁଣ୍ଠୀ ଗୁଣ୍ଡ :
ହଳଦୀ ଅନେକ ଗୁଡିଏ ରୋଗ ପାଇଁ ରାମବାଣ ଅଟେ l ଏହାଛଡା ଶୁଣ୍ଠୀ ମଧ୍ୟ ରୋଗ ପ୍ରତିରୋଧକ ଗୁଣରେ ଭରପୁର ଅଟେ l ଭାଇରଲ ଜ୍ୱର ସମୟରେ ଗୋଟିଏ ଚାମଚ ଶୁଣ୍ଠୀ ଗୁଣ୍ଡ, ଗୋଟିଏ ଚାମଚ ହଳଦୀଗୁଣ୍ଡ କୁ ପାଣିରେ ଫୁଟାଇ ସେଥିରେ ମିଶ୍ରି ମିଶାଇ ସେବନ କରନ୍ତୁ l
– ଲବଙ୍ଗ ଓ ତୁଳସୀ :
ଆମେ ସମସ୍ତେ ଜାଣିଛେ ତୁଳସୀ ଆଣ୍ଟି ବ୍ୟାକ୍ଟେରିଆ ଗୁଣରେ ଭରପୁର ଅଟେ l ଏହା ଶରୀରର ଭିତର ପାର୍ଶ୍ୱରୁ ଜୀବାଣୁ ଙ୍କୁ ନଷ୍ଟ କରିଥାଏ l ତେଣୁ ଭାଇରାଲ ଜ୍ବରରେ ଲବଙ୍ଗ ଓ ତୁଳସୀ ଏକ ସାଙ୍ଗରେ ସେତେବେଳ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେବେଳ ପର୍ଯ୍ୟନ୍ତ ଏକ ଲିଟର ପାଣି ଅଧ ଲିଟର ହୋଇ ନଯିବ l ଏହାପରେ ତାହାକୁ ଥଣ୍ଡା କରି ଦିନକୁ ୩ଥର ସେବନ କରନ୍ତୁ l
– ମେଥି ପାଣି :
ମେଥି କୁ ଫୁଟାଇ ସେଥିରେ ଲେମ୍ବୁ ମିଶାଇ ସେବନ କରିବା ଦ୍ୱାରା ଶରୀରର ଇମ୍ୟୁନିଟି ବୃଦ୍ଧି ହୋଇଥାଏ ଓ ଭାଇରଲ ଇନଫେକ୍ସନ ରୁ ଆରାମ ମିଳିଥାଏ l
– ଧନିଆ ପାଣି :
ଧନିଆ ଅନେକ ଗୁଡିଏ ଔଷଧୀୟ ଗୁଣରେ ଭରପୁର ଅଟେ l ତେଣୁ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ l ଏହି ବର୍ଷାଋତୁରେ ଭାଇରଲ ସମସ୍ୟା ଦ୍ୱାରା ସଂକ୍ରମିତ ହେଉଥିଲେ ନିୟମିତ ଧନିଆ ପାଣି ସେବନ କରନ୍ତୁ l