ଅଗାଧୁଆ ଫୁଲ ତୋଳିଲେ କଣ ହେବ

ଆପଣ ମାନେ ସମସ୍ତେ ପ୍ରତିଦିନ ସକାଳୁ ଉଠି ଭଗବାନଙ୍କ ପାଇଁ ଫୁଲ ତୋଳିଥାନ୍ତି। ଏହା ବ୍ୟତୀତ ତୁଳସୀ ପତ୍ର, ବେଲ ପତ୍ର ଭଗବାନଙ୍କୁ ଅର୍ପଣ କରିଥାଉ। ଯଦି ତାହା ସବୁକୁ ଆମେ ନିତୀ ନିୟମ ସହକାରେ ନ କରିବା ତେବେ ତାହା ସବୁ ଭଗବାନ ଗ୍ରହଣ କରି ନଥାଏ। ପ୍ରସନ୍ନ ହେବା ବଦଳରେ କୋପ ହୋଇଥାନ୍ତି। କୃପା କରିବା ବଦଳରେ ଅନର୍ଥ ଘଟାଇଥାନ୍ତି। ଯାହାକି ଆମେ ଜାଣି ନଥାଉ। ଆମର ସବୁ ପୂଜାର୍ଚ୍ଚନା ବ୍ୟର୍ଥ ଯାଇଥାଏ। ଏଣୁ ଆଜି ଜାଣିବା ଫୁଲ, ବେଲପତ୍ର, ତୁଳସୀ ପତ୍ର ତୋଳିବାର କିଛି ନିୟମ ମାନ। ଯାହା ଦ୍ଵାରା ଆମର ଅର୍ପିତ ପ୍ରତ୍ୟେକ ବସ୍ତୁ କୁ ଭଗବାନ ଅତି ଶ୍ରଦ୍ଧା ର ସହକାରେ ଗ୍ରହଣ କରି ତାଙ୍କର କୃପା ପ୍ରଦାନ କରିଥାନ୍ତି। ଅନେକ ମୁନିଋଷି ମାନେ କହି ଯାଇଛନ୍ତି ଯେ, ଫୁଲ କୁ ଅଗାଧୁଆରେ ତୋଳିବା ବହୁତ ଭଲ ହୋଇଥାଏ। ଆଉ ଅନ୍ୟ ମୁନିଋଷି ମାନେ କହି ଯାଇଛନ୍ତି ଯେ ଫୁଲକୁ ଗାଧୋଇ ତୋଳିବା ଭଲ ହୋଇଥାଏ। ତେବେ ଅନେକ ଧର୍ମ ଶାସ୍ତ୍ର ର ଅଧ୍ୟୟନ ଆମକୁ କିଛି ଏହିପରି ତଥ୍ୟ ମିଳିଅଛି ଯେ, ଗାଧୋଇ କି ହେଉ ବା ଅଗାଧୁଆ ହେଉ ଯଦି କିଛି ନିୟମକୁ ମାନି ଫୁଲ ତୋଳିବା ତେବେ ତାହା ଶୁଭ ହୋଇଥାଏ ଏବଂ ତାହାକୁ ଭଗବାନ ଶ୍ରଦ୍ଧା ସହକାରେ ଗ୍ରହଣ କରିଥାନ୍ତି।
ସାଧାରଣତଃ ଅନେକଙ୍କ ଘରେ ଫୁଲ ଗଛ ନଥାଏ। ତେଣୁ ସେମାନେ ଅନ୍ୟର ଗଛରୁ ଫୁଲ ତୋଳିଥାନ୍ତି। ଫୁଲର ଅଭାବ କାରଣରୁ ସକାଳୁ ଫୁଲ ନତୋଳି ଏଥିପାଇଁ ଅନେକ ଲୋକ ରାତିରେ ଅଗାଧୁଆ ଫୁଲ ତୋଳିଥାନ୍ତି। ଏହା ସାଧାରଣତଃ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଥାଏ। କିନ୍ତୁ ଶାସ୍ତ୍ର ଅନୁସାରେ ଫୁଲକୁ କେବେ ଚୋରି କରିବା ଉଚିତ୍ ନୁହେଁ।ବିନା ଅନୁମତିରେ କାହା ଗଛରୁ ଫୁଲ ତୋଳିବା ଶାସ୍ତ୍ର ବିରୋଧୀ ଅଟେ। ତେଣୁ ମାଲିକଙ୍କ ଅନୁମତି ନେଇ ନହେଲେ ଗଛକୁ ପ୍ରଣାମ କରି ଫୁଲ ତୋଳନ୍ତୁ। ଚପଲ ପିନ୍ଧି ବା ଶରୀର ରେ ତେଲ ଲଗାଇ ଫୁଲ ତୋଳିବା ବାରଣ ଅଛି। ଅଗାଧୁଆ ରେ ଫୁଲ ତୋଳି ପାରିବେ, କିନ୍ତୁ ତା ପୂର୍ବରୁ ହାତ, ଗୋଡ଼, ମୁହଁ ଧୋଇ ଟିକିଏ ପାଣି ଛିଞ୍ଚି ନେବେ। ଆଉ ରାତିରେ ଶୋଇ ପିନ୍ଧିଥିବା ଲୁଗାକୁ ବଦଳ କରି ସଫା ଲୁଗା ପିନ୍ଧି ଫୁଲ ତୋଳିବେ। ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ,ଶୁଦ୍ଧିକ୍ରିୟା ଦିନ ଗାଧୋଇ ଫୁଲ ତୋଳିବେ।
ପୂର୍ବ ଦିନ ଫୁଲକୁ ତୋଳି ଭଗବାନଙ୍କୁ ଅର୍ପଣ କରାଯାଏ ନାହିଁ। କେବଳ ପଦ୍ମ ଏବଂ ସ୍ୱର୍ଣ୍ଣ ଚମ୍ପା ଫୁଲ କୁ ପୂର୍ବ ଦିନ ତୋଳି ପୂଜା କରି ପାରିବେ। ଫୁଲ ତୋଳିବା ପୂର୍ବରୁ ତିନୋଟି ମନ୍ତ୍ର ଉଚ୍ଚାରଣ କରି ତୋଳିବା ଉଚିତ୍। ଆଉ ତାହା ହେଉଛି ଓମ୍ ବରୁଣାୟ ନମଃ, ଓମ୍ ବୁମାୟ ନମଃ ଏବଂ ଓମ୍ ପୃଥିବାୟ ନମଃ। ଏହି ଫୁଲକୁ ଭଗବାନ ଶ୍ରଦ୍ଧା ସହକାରେ ଗ୍ରହଣ କରିଥାନ୍ତି। ତୁଳସୀ ପତ୍ର କୁ ମଧ୍ୟ ସର୍ବଦା ଗାଧୋଇ ସାରି ତୋଳିବା ଉଚିତ୍।