କେରଳରେ ବନ୍ୟା, ୧୩ ଜିଲ୍ଲାରେ ହାଇଆଲର୍ଟ, ସ୍ଥିତି ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳରେ ବନ୍ୟା ବିତ୍ପାତ ବହୁ ଧନଜୀବନ ହାନୀ ଘଟାଇଛି । ଏବେ ସୁଦ୍ଧା ରାସ୍ତାଘାଟ, ପୋଲ, ଏୟାରପୋର୍ଟ ସବୁ କିଛି ବର୍ଷା ପାଣିରେ ବୁଡି ରହିଛି । ଆଗକୁ ମଧ୍ୟ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପୂନର୍ବାର ୧୩ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି । ଇଡ୍ଡୁକୀ ଜିଲ୍ଲାର କେବଳ ଏର୍ନାକୁଲମକୁ ବାଦ ଦେଲେ ଏହି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସେପଟେ କେରଳ ବନ୍ୟାରେ ୧୩୦ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ଜଣାପଡିଛି । ପୁରୀର ୬୦, କଟକର ୩୦, ଫୁଲବାଣୀର ୪୦ଜଣ ଯୁବକ କେରଳର ଏକ କମ୍ପାନୀରେ କାମ କରୁଥିଲେ । ବନ୍ୟା ଯୋଗୁଁ କମ୍ପାନୀ ଏବେ ପାଣି ଘେରରେ ରହିଥିବା ବେଳେ ଜୀବନ ବଞ୍ଚାଇବା ପାଇଁ କମ୍ପାନୀ ଛାଡି ଚାଲି ଆସିଥିବା ଓଡ଼ିଆ ଶ୍ରମିକମାନେ ସେଠାକାର ପାହାଡ଼ ଦେଶରେ ଥିବା ଏକ ଘରେ ଫସି ରହିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କେରଳରେ ଭାରି ବର୍ଷା କାରଣରୁ ୧୬୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ବର୍ଷା ଲାଗି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ରେସ୍କ୍ୟୁ ଅପରେସନର ଖବର ରଖିବା ସହ ଅଧିକ ଯାଞ୍ଚ ପାଇଁ ଆଜି ସଂଧ୍ୟାରେ କେରଳରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ବନ୍ୟା ପାଣି ଘେରି ରହିଥିବା ୧୭୬୪ ଲୋକଙ୍କୁ ଉଦ୍ଧାର କରାଯିବା ସହ ପ୍ରାୟ ୪ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିଯାଇଛି । ଲୋକଙ୍କ ସୁରକ୍ଷା ପାଇଁ ୨୪ ଟିମକୁ ସେଠାରେ ମୁତୟନ କରାଯାଇଛି । ଆଜି ସଂଧ୍ୟା ସୁଦ୍ଧା ଆଉ ୩୫ଟି ଟିମ କେରଳରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

Leave a comment

You cannot copy content of this page