କଳାହାଣ୍ଡି ଜିଲ୍ଲାରେ ବନ୍ୟା, ଭବାନୀପାଟଣା ସହରରେ ପଶିଲା ପାଣି , ଦେଖନ୍ତୁ ଭିଡ଼ିଓ

0

ଓଡିଶା ଫାଷ୍ଟ(ବିଦ୍ୟାଧର ସାହୁ): ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ରାଜ୍ୟର ପ୍ରଥମ ବନ୍ୟା ହୋଇଛି । ବନ୍ୟା ଜଳ ଭବାନୀପାଟଣା ସହର ମଧ୍ୟ ଦେଇ ଯାଇଥିବା ପିପଲ ନାଳରେ ପ୍ରବାହିତ ହେବାରୁ ସହର ର ପ୍ରାୟ ସମସ୍ତ ସ୍ଥାନ ଜଳମଗ୍ନ ହୋଇଯାଇଛି । ବନ୍ୟା ଜଳ ସହର ମଧ୍ୟରେ ପ୍ରବେଶ କରିଥିବାରୁ ଏହାର ଉପକଣ୍ଠରେ ଥିବା ଜଳେଶ୍ବର ମନ୍ଦିର ଟି ସମ୍ପୂର୍ଣ୍ଣ ଭାବେ ପାଣିଘେରରେ ରହିଛି ।

ତେଲ, ହାତୀ ଓ ଉଦନ୍ତୀ ନଦୀର ବନ୍ୟା ଜଳ ଯୋଗୁଁ ଜୁନାଗଡ଼, କଲମପୁର ଓ ଗୋଲାମୁଣ୍ଡା ଆଦି ୩ ବ୍ଲକ ର ସମସ୍ତ ଗ୍ରାମ ଜଳମଗ୍ନ ଥିବା ଜଣାପଡିଛି । ସେହିପରି ବର୍ଷା ଜଳରେ ଧର୍ମଗଡ ମଧ୍ୟ ବେହାଲ ହୋଇଥିବା ଜଣାପଡିଛି ।

Leave a comment