ଗାନ୍ଧୀମାର୍ଗରେ ରାଜ୍ୟପାଳଙ୍କ ପତାକା ଉତ୍ତୋଳନ,ସମ୍ମାନିତ ଅତିଥି ଭାବେ ଯୋଗଦେଲେ ନବୀନ ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ଦେଶରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ସେହିପରି ଓଡ଼ିଶାର ଗାନ୍ଧୀମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ଅନୁଯାୟୀ, ଗାନ୍ଧୀମାର୍ଗରେ କରୋନା କଟକଣାକୁ ଗୁରୁତ୍ୱ ଦିଆଯାଇ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ ପରେଡ଼ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୋସିଆଲ ମିଡ଼ିଆରେ ଗଣତନ୍ତ୍ର ଦିବସର ଲାଇଭ ପରେଡର ସିଧାପ୍ରସାରଣ କରାଯାଇଛି । କାରୋନା କଟକଣାକୁ ଦୃଷ୍ଟିରେ ରଖି ଏସଆରସିଙ୍କ ପକ୍ଷରୁ ଜାରି କରାଯାଇଥିଲା ନିର୍ଦ୍ଦେଶାବଳୀ । ନିଜ ଘରେ ଜାତୀୟ ପତକା ଉତ୍ତୋଳନ ସମୟରେ ୫ଜଣରୁ ଅଧିକ ଲୋକ ରହିପାରିବେ ନାହିଁ ବୋଲି କୁହାଯାଇଛି । ସେହିପରି ଶିକ୍ଷାନୁଷ୍ଠାନ, କ୍ଲବ ଏବଂ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ୧୦ଜଣରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ । ଆବଦ୍ଧ କୋଠରୀରେ ୫୦ ପ୍ରତିଶତ କ୍ଷମତାରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ନିର୍ଦ୍ଦେଶ ରହିଛି । ତେବେ ଏହି ସମୟରେ କୋଭିଡ଼ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଥିଲା ।