ଷ୍ଟାର ପ୍ରଚାରକ ତାଲିକାରେ ୫ କେନ୍ଦ୍ରମନ୍ତ୍ରୀ, ବାଦପଡ଼ିଲେ ବିଜୟ

ବ୍ରଜରାଜନଗର ଉପନିର୍ବାଚନ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): କଂଗ୍ରେସ ଦଳ ପରେ ଏବେ ବିଜେପି ପକ୍ଷରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରାଯାଇଛି । ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବା ଲାଗି ୫ ଜଣ କେନ୍ଦ୍ରମନ୍ତ୍ରୀ ବ୍ରଜରାଜନଗର ଆସିବେ। ପ୍ରଚାରକ ତାଲିକାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂ ଏବଂ ବରିଷ୍ଠ ନେତା ବ୍ରିଜମୋହନ ଅଗ୍ରୱାଲ ମଧ୍ୟ ସାମିଲ୍ ଅଛନ୍ତି । ତେବେ ରାଜ୍ୟ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯିବା ସାଧାରଣରେ ବେଶୀ ଚର୍ଚ୍ଚା ସୃଷ୍ଟି କରିଛି ।

ଏହି ତାଲିକାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ, ଅଶି୍ୱନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଡି.ପୂରନ୍ଦେଶ୍ୱରୀ, ରାଜ୍ୟ ସହପ୍ରଭାରୀ ତଥା ସାଂସଦ ବିଜୟପାଲ ସିଂହ ତୋମର, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂହ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସାଂସଦ ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ପୂର୍ବତନ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ସାଂସଦ ସଙ୍ଗୀତାକୁମାରୀ ସିଂହଦେଓ, ଛତିଶଗଡ଼ର ବରିଷ୍ଠ ବିଜେପି ନେତା ବ୍ରିଜମୋହନ ଅଗ୍ରୱାଲ, ସାଂସଦ ନୀତେଶ ଗଙ୍ଗଦେବ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀଦଳ ଉପନେତା ବିଷ୍ଣୁଚରଣ ସେଠୀ, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଖାରବେଳ ସ୍ୱାଇଁ, ରାଜ୍ୟ ବିଜେପି ସାଧାରଣ ସଂପାଦକ ରବି ନାରାୟଣ ନାଏକ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଧାୟକ ନାଉରି ନାୟକ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ, ବରିଷ୍ଠ ନେତା ରଞ୍ଜନ ପଟେଲ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ, ଅନୁ ଚୌଧୁରୀ ଓ ହରିହର ମହାପାତ୍ର ପ୍ରମୁଖ ସାମିଲ ଅଛନ୍ତି ।

Leave a comment