ବନ୍ଦ ଘରୁ ଗୋଟିଏ ପରିବାରର ପାଞ୍ଚଜଣଙ୍କ ମୃତଦେହ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉତ୍ତରପ୍ରଦେଶର ଏଟା ଜିଲ୍ଲାର ନାଗର କୋଟୱାଲୀ ଅଞ୍ଚଳର ଏକ ଘରୁ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ସ୍ଥାନୀୟ ଲୋକମାନଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କ ମୃତଦେହ କଲୋନୀରେ ଥିବା ଏକ ବନ୍ଦ ଘରୁ ଉଦ୍ଧାର କରିଛି। ଏଥିମଧ୍ୟରେ ଦୁଇ ଶିଶୁ ଏବଂ ଦୁଇ ଜଣ ମହିଳା ଅଛନ୍ତି।

ଫୋରେନସିକ୍ ଏବଂ କୁକୁର ସ୍କ୍ୱାର୍ଡ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସମଗ୍ର ଦେଶରେ ଲକଡାଉନ ପଡିଥିବା ବେଳେ ଘରେ ଥିବା ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ କିଭଳି ହେଲା ସେ ନେଇ ତଦନ୍ତ କରୁଛି ପୋଲିସ।

Leave a comment